

ଗଂଜାମ, 1 ନଭେମ୍ବର (ହି.ସ.)
ଗଂଜାମ ଜିଲାର ବିଭିନ୍ନ ବିଷ୍ଣୁ ତଥା ରାଧାକୃଷ୍ଣ ମନ୍ଦିର ଗୁଡିକରେ ପ୍ରାତଃ ସମୟରୁ ବିଳମ୍ବିତ ରାତ୍ରି ଯାଏ ରାଧାପାଦ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିତ୍ତଳ ରାଧାକୃଷ୍ଣ ମନ୍ଦିରରେ ଏଥିପାଇଁ ମହିଳାଙ୍କ ପ୍ରବଳ ସମାଗମ ହୋଇଥିଲା। ପୁଷ୍ପାଞ୍ଜଳୀ ପଣ୍ଡା, ରଂଜିତାରଥ, କାଦମ୍ବରୀ ନାୟକ, ରୀତା ମହାପାତ୍ର, ନମିତା ବେହେରା , ଶ୍ରୀନା ପାଢ଼ୀ, ନମିତା ଗୋଲେଇ, କସ୍ତୁରୀ ପ୍ରଧାନ,ପ୍ରମୁଖଙ୍କ ଉଦ୍ୟମରେ ଅଁଳାବୃକ୍ଷ ପୂଜନ ସହ ଅପରାହ୍ନରେ ହବିଷ ରନ୍ଧନ କରି ବୃକ୍ଷ ନିକଟରେ ସମୂହ ପ୍ରସାଦ ସେବନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ