ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା
ଗଂଜାମ, 1 ନଭେମ୍ବର (ହି.ସ.) ଲୌହ ପୁରୁଷ କିମ୍ବଦନ୍ତୀ ମହାନ ଜନନାୟକ ତଥା ବିଶିଷ୍ଟ ସ୍ୱାଧୁନତା ସଂଗ୍ରାମୀ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦାର ବଲ୍ଲଭାଇ ପଟେଇଙ୍କ ୧୫0ତମ ପୂଣ୍ୟ ଜନ୍ମଦିନ ଅବସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫର
ବହୁ ମୁଖି ସମାଜ ମଙ୍ଗଳ


ଗଂଜାମ, 1 ନଭେମ୍ବର (ହି.ସ.)

ଲୌହ ପୁରୁଷ କିମ୍ବଦନ୍ତୀ ମହାନ ଜନନାୟକ ତଥା ବିଶିଷ୍ଟ ସ୍ୱାଧୁନତା ସଂଗ୍ରାମୀ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦାର ବଲ୍ଲଭାଇ ପଟେଇଙ୍କ ୧୫0ତମ ପୂଣ୍ୟ ଜନ୍ମଦିନ ଅବସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନୀ ସେଲିବ୍ରସନରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଭା ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା || ତତ ସଂଗେ ସଂଗେ କେନ୍ଦ୍ରର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଇଥିଲା || ପ୍ରଥେମେ ସର୍ଦାର ପଟେଲ ଙ୍କ ତୈଳଚ୍ଚିତ୍ରରେ ପୁଷ୍ପ ଅର୍ପଣ ଓ ଧୂପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଅଠଚାଳିଶ ବର୍ଷ ପୁରାତନ ବହୁମୁଖୀ କେନ୍ଦ୍ରର ଦୀର୍ଘ ଯାତ୍ରା ଓ ସଫଳ କାର୍ଯ୍ୟକ୍ରମ ସମୂହ ଏବଂ ଦେଶ ମିଶ୍ରଣର ପ୍ରମୁଖ ବିନ୍ଧାଣି ବଲ୍ଲଭାଇ ପଟେଲଙ୍କ ଦୃଢ଼ ନେତୃତ୍ୱ ଓ ଦିଗଦର୍ଶନ ଉପରେ ଉପସ୍ଥିତ ଥିବା ସମ୍ପାଦକ ମହମଦ ଆସଲାମ, ବରିଷ୍ଠ ସଦସ୍ୟ ସର୍ବଶ୍ରୀ ଦେବି ପ୍ରସାଦ ମହାପାତ୍ର, ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ଲାଳ ବହାଦୁର ପଟନାୟକ, କୋଷାଧକ୍ଷ ସୁନୀଲ କୁମାର ସାହୁ, ଉପସଭାପତି ହର ମୋହନ ପାଣିଗ୍ରାହୀ ପ୍ରମୁଖ ଆଲୋକପାତ କରିଥିଲେ || ପରିଶେଷରେ ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ || ଜାତୀୟ ସଂଗୀତ ଗାନ ପରେ ସଭା ଶେଷ ହୋଇଥିଲା ||ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande