ନୂତନ ପଞ୍ଜିକରଣ ପାଇଁ ଆଜିଠୁ ଖୋଲିଲା ସୁଭଦ୍ରା ପୋର୍ଟାଲ
ଭୁବନେଶ୍ୱର, 1 ନଭେମ୍ବର (ହି.ସ.)- ନୂତନ ପଞ୍ଜିକରଣ ପାଇଁ ଆଜିଠୁ ଖୋଲିଲା ସୁଭଦ୍ରା ପୋର୍ଟାଲ । ଏନେଇ ପ୍ରଭାତି ପରିଡା ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ୧ ନଭେମ୍ବର
ନୂତନ ପଞ୍ଜିକରଣ ପାଇଁ ଆଜିଠୁ ଖୋଲିଲା ସୁଭଦ୍ରା     ପୋର୍ଟାଲ


ଭୁବନେଶ୍ୱର, 1 ନଭେମ୍ବର (ହି.ସ.)- ନୂତନ ପଞ୍ଜିକରଣ ପାଇଁ ଆଜିଠୁ ଖୋଲିଲା

ସୁଭଦ୍ରା ପୋର୍ଟାଲ । ଏନେଇ ପ୍ରଭାତି ପରିଡା ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ

କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ୧

ନଭେମ୍ବର ୨୦୨୫ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ

ଜିଲ୍ଲାରେ ଖୋଲାଯାଇଛି।

ନୂତନ ଯୋଗ୍ୟ ମହିଳାମାନେ,

ଯେଉଁମାନଙ୍କୁ ୧ ଏପ୍ରିଲ, ୨୦୨୫ ସୁଦ୍ଧା ୨୧

ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ହୋଇଥିବ ଏବଂ ସୁଭଦ୍ରା ଯୋଜନାର ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ

ପୂରଣ କରୁଥିବେ, ସେମାନେ ଆର୍ଥିକ ବର୍ଷ

୨୦୨୫-୨୬ ପାଇଁ ଆବେଦନ କରିପାରିବେ ।

ଏଥି ସହିତ ସମ୍ବନ୍ଧିତ ସମସ୍ତ ତଥ୍ୟ ଆପଣମାନେ ସୁଭଦ୍ରା

ପୋର୍ଟାଲରେ ପାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande