
ପାଟଣା, 10 ନଭେମ୍ବର (ହି.ସ.)- ବିହାରର ଦାନାପୁର ବିଧାନସଭା
ଅଞ୍ଚଳରେ ଗତ ରାତିରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ
ହୋଇଛି। ଏହି ଘଟଣା ଦିଆରାର ଅକିଲପୁର ଥାନା ଅଞ୍ଚଳର ମାନସ ନୟା ପାନାପୁର 42 ପଟ୍ଟି ଗାଁରେ
ଘଟିଛି। ଏଠାରେ ଗୋଟିଏ କଚା ଘର ଭାଙ୍ଗି ପଡିବା ଫଳରେ ଘରମାଲିକ ସହ ପାଞ୍ଚ ଜଣଙ୍କ ଜୀବନ ନଷ୍ଟ
ହୋଇଯାଇଛି। ଦାନାପୁର ବିହାରର ରାଜଧାନୀ ପାଟନାରୁ ପ୍ରାୟ 14 କିଲୋମିଟର ଦୂରରେ ଅବସ୍ଥିତ।
ଗ୍ରାମବାସୀମାନଙ୍କ କଥା
ଅନୁସାରେ, ଘର ଭାଙ୍ଗି ପଡିବାର
ଶବ୍ଦ ଶୁଣି ସବୁଠାରୁ ପ୍ରଥମେ ପଡୋଶିମାନେ ଦୌଡିଆସିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଓ
ସ୍ଥାନୀୟ ଗ୍ରାମବାସୀମାନଙ୍କ ସହଯୋଗରେ ଧ୍ୱଂସାବଶେଷ ହଟାଇ ସବୁଠୁ ବାହାର କରାଯାଇଥିଲା,
କିନ୍ତୁ ସେତେବେଳେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା।
ଏହି ଦୁର୍ଘଟଣା ବବଲୁ ଖାନ୍
(ବୟସ 32) ଙ୍କ ପରିବାର ସହ ଘଟିଥିଲା। ବବଲୁ ଇନ୍ଦିରା ଆବାସ ଯୋଜନା ଅଧୀନରେ ତିଆରି ହୋଇଥିବା
ଏହି ଘରେ ନିଜ ପତ୍ନୀ ରୌଶନ ଖାତୁନ୍ (30), ପୁଅ ମହମ୍ମଦ ଚାନ୍ଦ (10), ଜିଅ ରୁଖସାର୍ (12) ଓ ଚାନ୍ଦନୀ (2) ସହିତ ରହୁଥିଲେ। ଘଟଣା ସମୟରେ ସମସ୍ତେ ବୁଲୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା