
ମୁମ୍ବାଇ ୧୨ନଭେମ୍ବର (ହି.ସ.)-
ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ମଙ୍ଗଳବାର
ବିଳମ୍ବିତ ରାତିରେ ମୁମ୍ବାଇର କ୍ରିଟିକାଲ୍ କେୟାର୍ ଏସିଆ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ
ଭର୍ତ୍ତି କରାଯାଇଛି। ଅଭିନେତା ବେହୋସ ହୋଇ ତଳେ ପଡ଼ିଯିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ
ନିଆଯାଇଥିଲା। ଡାକ୍ତରଙ୍କ ଏକ ଦଳ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଗୋବିନ୍ଦାଙ୍କ ଓକିଲ ଏବଂ ନିକଟତମ ବନ୍ଧୁ ଲଳିତ ବିନ୍ଦଲ ଏହି ଖବରକୁ ନିଶ୍ଚିତ କରିଛନ୍ତି।ଗୋବିନ୍ଦାଙ୍କ
ହଠାତ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ନେଇ ତାଙ୍କର ଫ୍ୟାନ୍ସମାନେ ଶୀଘ୍ର ଆରୋଗ୍ୟ ପାଇଁ
ପ୍ରାର୍ଥନା କରୁଛନ୍ତି। ଜଣେ ନିକଟତମ ବନ୍ଧୁ ଲଳିତ ବିନ୍ଦଲ କହିଛନ୍ତି ଯେ ଅଭିନେତାଙ୍କ ଉପରେ
ଅନେକ ଡାକ୍ତରୀ ପରୀକ୍ଷା କରାଯାଇଛି, ଯାହାର ଫଳାଫଳ
ଏପର୍ଯ୍ୟନ୍ତ ବାକି ଅଛି। ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ତାଙ୍କ ଘରେ ଚେତାଶୂନ୍ୟ ହୋଇଗଲେ, ଯାହା ପରେ ଜଣେ ଡାକ୍ତରଙ୍କୁ ଡକାଗଲା। ଡାକ୍ତରଙ୍କ
ପରାମର୍ଶ ପରେ, ତାଙ୍କୁ ଔଷଧ ଦିଆଯାଇଥିଲା ଏବଂ ପରେ ହସ୍ପିଟାଲରେ
ଭର୍ତ୍ତି କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା