ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ତେଲଗୁ ଫିଲ୍ମ ସୁଟିଂ
ଜୟପୁର, ୧୦ ନଭେମ୍ବର (ହି.ସ.)- ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଆକର୍ଷଣ ଧୀରେ ଧୀରେ କୋରାପୁଟ ପ୍ରତି ବଢ଼ୁଛି। ପହାଡ଼, ଝରଣା, ଜଙ୍ଗଲ ଓ ପ୍ରକୃତିର ମାୟାବୀ ସୌନ୍ଦର୍ଯ୍ୟ ଏଠାକୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁକୂଳ ସ୍ଥାନରେ ପରିଣତ କରିଛି। ଅଳ୍ପଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁ ସୁଟିଙ୍ଗ
ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ତେଲଗୁ ଫିଲ୍ମ ସୁଟିଂ


ଜୟପୁର, ୧୦ ନଭେମ୍ବର (ହି.ସ.)- ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଆକର୍ଷଣ ଧୀରେ ଧୀରେ କୋରାପୁଟ ପ୍ରତି ବଢ଼ୁଛି। ପହାଡ଼, ଝରଣା, ଜଙ୍ଗଲ ଓ ପ୍ରକୃତିର ମାୟାବୀ ସୌନ୍ଦର୍ଯ୍ୟ ଏଠାକୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁକୂଳ ସ୍ଥାନରେ ପରିଣତ କରିଛି। ଅଳ୍ପଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁ ସୁଟିଙ୍ଗ କରି ଫେରିଥିବା ବେଳେ, ପୁଣି ଗୋଟିଏ ନୂତନ ଦଳ ଏଠାରେ ଚଳଚିତ୍ର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ସୂଚନା ଅନୁଯାୟୀ, ‘ସ୍କଣ୍ଡା ବାହାନ ପ୍ରଡକ୍ସନ’ ତରଫରୁ ପ୍ରଯୋଜକ ଭି. ଭିଜୟ କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଦକ୍ଷିଣ ଭାରତୀୟ ଅଭିନେତା ଶ୍ରୀ ବିଷ୍ଣୁ ଓ ଅଭିନେତ୍ରୀ ମହିମା ରନ୍ଧିଆ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ସୁଟିଙ୍ଗ କରୁଛନ୍ତି। ବିଶେଷତଃ ଶାବର ଶ୍ରୀକ୍ଷେତ୍ରରେ ସୁଟିଙ୍ଗ ହେଉଥିବାରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ପର୍ଯ୍ୟଟନ ବିଭାଗ ମତାନୁସାରେ, ଚଳଚ୍ଚିତ୍ର ଶିଳ୍ପ ମାଧ୍ୟମରେ କୋରାପୁଟର ସୌନ୍ଦର୍ଯ୍ୟତା ଦେଶ-ବିଦେଶରେ ପ୍ରଚାର ହେଉଥିବାରୁ ଆସନ୍ତାଦିନରେ ପର୍ଯ୍ୟଟନ ଗତିବିଧି ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆର୍ଥିକ ଓ ସାଂସ୍କୃତିକ ମାନଚିତ୍ରରେ କୋରାପୁଟକୁ ନୂଆ ପରିଚୟ ଦେବାରେ ଏହି ସୁଟିଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଲୋକ ମାନଙ୍କର ମତ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande