ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ରୁ 12 ଜଣଙ୍କୁ ସ୍ଵର୍ଣ ପଦକ 20 ଜଣଙ୍କୁ ରୋପ୍ୟ ଓ 20 ଜଣଙ୍କୁ କଂସ୍ୟ ପଦକ.
Phulbani taekondo players secured place
ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ରୁ 12 ଜଣଙ୍କୁ ସ୍ଵର୍ଣ ପଦକ 20 ଜଣଙ୍କୁ ରୋପ୍ୟ ଓ 20 ଜଣଙ୍କୁ କଂସ୍ୟ ପଦକ.


କନ୍ଧମାଳ , ୫ ନଭେମ୍ବର (ହି.ସ.)

ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ କଟକ ର ଜବାହର ଲାଲ ନେହୁର ଇଣ୍ଡୋର ଷ୍ଟାଡିଅମ ରେ ରାଜ୍ୟ ସ୍ତରୀୟ ତାଏକୋଣ୍ଡୋ ତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ କନ୍ଧମାଳ ଜିଲ୍ଲା ତାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ତରଫରୁ ବିଭିନ୍ନ ବର୍ଗର ଖେଳାଳି ମାନେ ଭାଗ ନେଇଥିଲେ। ଏଥିରେେ ସୁପର ସବ ଜୁନିଅର,ସବ ଜୁନିଅର, କ୍ୟାଡେଟ, ଜୁନିଅର ଓ ସିନିଅର କ୍ୟାଟେଗୋରି ର ପିଲାମାନେ ଏହି ପ୍ରତିଯୋଗିତା ରେ 35 ଜଣ ଉଭୟ ବାଳକ ଓ ବାଳିକା ଅଂଶ ଗ୍ରହଣ କରି ଥିଲେ, ଯେଉଁ ଖେଳାଳି ମାନେ ସ୍ଵର୍ଣ୍ଣ ପଦକ ପାଇଛନ୍ତି ସେହି ଖେଳାଳି ମାନଙ୍କ ଭିତରୁ ସବ ଜୁନିଅର ଓ ଜୁନିଅର ବର୍ଗର ଖେଳାଳି ମାନଙ୍କ ର ଚଳିତ ନଭେମ୍ବର ମାସ ରେ ହବାକୁ ଥିବା ଜାତୀୟ ସ୍ତରରେ ଉତ୍ତର ପ୍ରଦେଶ ର ବରେଲି ଠାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏହି ପ୍ରତି ଯୋଗିତା ରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଓଡିଶା ରାଜ୍ୟ ର ନାମ ଆଗକୁ ନେବାକୁ ବହୁତ ଅଭ୍ଯାସ ଜାରି ରଖିଛନ୍ତି,

ଏହି ଖେଳାଳି ମାନଙ୍କୁ କୋଚ ରମାକାନ୍ତ ବେହେରା, କୋଚ ପ୍ରିତମ ଚନ୍ଦ୍ର ପ୍ରଧାନ ଓ ମଦନ ଦଳ ବେହେରା ଧନ୍ୟବାଦ ଜଣାଇ ଛନ୍ତି। ଶ୍ରୀ ପ୍ରତାପ କୁମାର ମୁଖୀ ଓ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ସାହୁ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓ ରାଜ୍ୟ ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ ମନ ମୋହନ ଭଞ୍ଜ ଆଶ୍ରିବାଦ ସହିତ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande