ଜାତୀୟ ଶିକ୍ଷା ଦିବସ ପାଳିତ
ବଲାଙ୍ଗିର, 12 ନଭେମ୍ବର (ହି.ସ.) :ସ୍ଥାନୀୟ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼କ୍ଟର ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ ମୁଖ୍ୟ ପ୍ରତୀକ୍ଷା ପ୍ରତି
ଜାତୀୟ ଶିକ୍ଷା ଦିବସ ପାଳିତ


ବଲାଙ୍ଗିର, 12 ନଭେମ୍ବର (ହି.ସ.)

:ସ୍ଥାନୀୟ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼କ୍ଟର ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ ମୁଖ୍ୟ ପ୍ରତୀକ୍ଷା ପ୍ରତିଶ୍ରୁତି ସଭା ସଂଚାଳନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ଲଳିତ କୁମାର ପାତ୍ର ଯୋଗ ଦେଇ 'କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ପରିପ୍ରେକ୍ଷୀରେ ମାନବୀୟ ସଂସ୍ଥାନର ସୁରକ୍ଷା ' ଶୀର୍ଷକ ଆଲୋଚନାରେ ନିଜ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭାଗର ଅଧ୍ୟାପିକା ମୋନାଲିସା ନାଗ, ଶିଖା ସାହୁ, ସ୍ନେହାରାଣୀ ପଟେଲ ଓ ଅଧ୍ୟାପକ ଧର୍ମରାଜ ସାହୁ ଯୋଗଦେଇ ନିଜ ନିଜ ମତ ରଖିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande