ପତ୍ନୀଙ୍କୁ ଝିଅ ଜନ୍ମ କରିଥିବା ନେଇ ନିର୍ଯାତନା ନେଇ ମହିଳା ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ
ଜୟପୁର, ୧୨ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ ପତ୍ନୀ ଝିଅ ଜନ୍ମ ହୋଇଥିବା ନେଇ ନିର୍ଯ୍ୟାତନା ଏବଂ ପତ୍ନୀ ନାବାଳିକା ସମୟରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ବିବାହ କରିବା ସହ ଦୈହିକ ସମ୍ପର୍କ ରଖିଥିବା ନେଇ ପତ୍ନୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ଏଥିନେଇ ମହିଳା ଥାନ
ପତ୍ନୀଙ୍କୁ ଝିଅ ଜନ୍ମ କରିଥିବା ନେଇ ନିର୍ଯାତନା ନେଇ ମହିଳା ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ


ଜୟପୁର, ୧୨ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ ପତ୍ନୀ ଝିଅ ଜନ୍ମ ହୋଇଥିବା ନେଇ ନିର୍ଯ୍ୟାତନା ଏବଂ ପତ୍ନୀ ନାବାଳିକା ସମୟରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ବିବାହ କରିବା ସହ ଦୈହିକ ସମ୍ପର୍କ ରଖିଥିବା ନେଇ ପତ୍ନୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ଏଥିନେଇ ମହିଳା ଥାନାରେ ବିବାହ ନାରୀ ନିର୍ଯ୍ୟାତନା, ନାବାଳିକା ଉତ୍ପିଡନା ଏବଂ ମହିଳାଙ୍କୁ ମାଡମାରିବା ଧାରା ଅନୁଯାୟୀ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ କୋରାପୁଟ ଜିଲ୍ଲା ପଟଙ୍ଗୀ ଥାନା ଅଂଚଳର ଅଭିଯୋଗକାରିଣୀ ଗତ ତିନି ବର୍ଷ ପୂର୍ବେ ଅଭିଯୋଗକାରିଣୀ ସୁନାବେଢା ମହାବିଦ୍ୟାଳୟରେ ପଢୁଥିବା ବେଳେ ପଟାଙ୍ଗି ଥାନା କୁନ୍ଦୁଲି ଗ୍ରାମର ଯୁବକ ସାଜିତ ବାଡବୁରା (୨୫)ତାଙ୍କୁ ପ୍ରେମ ନିବେଦନ କରିବା ସହିତ ନାବାଳିକା ସମୟରେ ଜୋରଜବରଦସ୍ତ ଦୈହିକ ସମ୍ପର୍କ ରଖୁଥିଲେ। ଶେଷରେ ଏହି ଘଟଣା ପ୍ରଘୋଟ ହେବା ପରେ ଉଭୟ ପରିବାର ଆପୋଷ ବୁଝାମଣା ଏବଂ ନିଜ ଧର୍ମ ଅନୁଯାୟୀ ରୀତିନୀତିରେ ବିହାର କରିଥିଲେ। ଏହିପର ଗତ ୨୦୧୪ ଫେବୃୟାରୀ ମାସରେ ଏକ କନ୍ୟା ସନ୍ତାନକୁ ଜନ୍ମ କରିଥିଲେ। କିନ୍ତୁ ଅଭିଯୁକ୍ତ ସ୍ୱାମୀ ସାଜିତ ପତ୍ନୀଙ୍କୁ କନ୍ୟା ସନ୍ତାନ ଜନ୍ମ କରିଥିବା ନେଇ ନିର୍ଯାତନ ଦେବା ସହିତ ମାଡ ମାରୁଥିଲେ। ଏହିପରି ଅନ୍ୟାନ୍ୟ ଯୁବତୀ ଓ ଝିଅ ମାନଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିବା ନେଇ ଶେଷରେ ଗତି କିଛିମାସ ପୂର୍ବରୁ ପତ୍ନୀ ନିଜ ବାପା ଘରକୁ ଆସି ରହୁଛନ୍ତି। ଏହିପରି ସମସ୍ତ ଅଭିଯୋଗ ନେଇ ପତ୍ନୀ ମହିଳା ଥାନାର ଦ୍ୱାରସ୍ତ ହେବା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଥାନା ଅଧିକାରୀ ଆଶ୍ରିତା ଲାକ୍ରା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande