
ନୂତନ ଜିଲ୍ଲା କୃଷି ଅଧିକାରୀ ଯୋଗଦାନ
ବାରିପଦା , 12 ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ନୂତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାବେ ଲୋକନାଥ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ବୁଧବାର ବାରିପଦା ସ୍ଥିତ କାର୍ଯ୍ୟାଳୟରେ ପୂର୍ବ ଅଧିକାରୀ ଜ୍ଞାନ ବଲ୍ଲଭ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ଏହା ପୂର୍ବରୁ ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାବେ ପଦୋନ୍ନତି ପାଇ ସେ ଏଠାରେ ଯୋଗ ଦେଇଛନ୍ତି। କୃଷି ଓ କୃଷକ ଉନ୍ନତି ଓ ବିଭିନ୍ନ କୃଷି ଆନୁସଙ୍ଗିକ ଯୋଜନା ଯେପରି ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ