
କେନ୍ଦୁଝର, 12 ନଭେମ୍ବର (ହି.ସ.)
ଘଟଗାଁ ନିକଟସ୍ଥ, ଗଦାଧରପୁର ଗ୍ରାମର ଧର୍ମ ପରାୟଣା ମହିଳା, ଅନ୍ନପୂର୍ଣ୍ଣା ବାରିକ (୬୬)ଙ୍କ ଆଜି ସକାଳ ରେ ଗଦାଧରପୁରସ୍ଥ ବାସଭବନ ରେ ପରଲୋକ ଘଟିଛି, ସେ କିଛିଦିନ ଧରି ଅସୁସ୍ଥ ରହିଥିଲେ, ଜଣେ ମିଷ୍ଠ ଭାସି, ଧର୍ମପରାୟାଣା ମହିଳା ଥିଲେ, ତାଙ୍କ ସ୍ୱାମୀ ମାୟାଧର ବାରିକ ଜଣେ ଧାର୍ମିକ ଓ ସମାଜସେବୀ ଅଟନ୍ତି, ଶୋକ ସନ୍ତପ୍ତ ପରିବାର କୁ ସମବେଦନା ପାଇଁ ଗଦାଧରପୁର ଗ୍ରାମର ବହୁ ବ୍ୟକ୍ତି, ଘଟଗାଁ, ଓ ଢେଂକିକୋଟ ଅଂଚଳ ରୁ ବହୁବ୍ୟକ୍ତି ଶେଷ ଦର୍ଶନ ପାଇଁ ପହଁଚି ଥିଲେ,ଗ୍ରାମର ନଈତଟ ସ୍ମଶାନ ରେ ସଂସ୍କାର ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA