ଓଭର ଲୋଡ଼ିଂ ହାଇୱାଠାରୁ ଫାଇନ ଆଦାୟ
ଓଭର ଲୋଡ଼ିଂ ହାଇୱାଠାରୁ ଫାଇନ ଆଦାୟ
Over Loading Haiwa tharu Fine Adaya


Over Loading Haiwa tharu Fine Adaya


ଓଭର ଲୋଡ଼ିଂ ହାଇୱାଠାରୁ ଫାଇନ ଆଦାୟ

ବାରିପଦା, , 12 ନଭେମ୍ବର (ହି.ସ.)ପଥର ଚିପ୍ସ ବୋଝେଇ ଓଭରଲୋଡ଼ିଂ ହାଇୱାଠାରୁ ଫାଇନ ଆଦାୟ କରାଯାଇଛି। ରାଇରଙ୍ଗପୁର ସହରର ଜଗନ୍ନାଥ ମାର୍କେଟ ସ୍ଥିତ ମୁଖ୍ୟ ରାସ୍ତାରୁ ଚିପ୍ସ ବୋଝେଇ ହାଇୱା ଜବତ କରାଯାଇଛି। ରାଇରଙ୍ଗପୁର ତହସିଲଦାର , ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସର ମିଳିତ ଭାବେ ଚଢାଉ କରି ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି। ହାଇୱାରେ ଚିପ୍ସ ବୋଝେଇ ହୋଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଝରଣ ଗ୍ରାମକୁ ଯାଉଥିଲା। ହାଇୱା ଯାଞ୍ଚ ସମୟରେ କାଗଜପତ୍ର ଠିକ ଥିବା ଜଣାପଡିଛି। ତେବେ ଓଭର ଲୋଡ଼ିଂ ନେଇ ଫାଇନ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande