ସାଇବର ସୁରକ୍ଷା ସଚେତନତା
ଗଂଜାମ, 12 ନଭେମ୍ବର (ହି.ସ.) ସାଇବର ଅପରାଧରୁ ଦୂରେଇ ରହିବା ଓ ସୁରକ୍ଷିତ ରହିବା ପାଇଁ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ ଓ ଶେରଗଡ଼ ପୋଲିସ ର ମିଳିତ ନେତୃତ୍ୱରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ
ସାଇବର ସୁରକ୍ଷା ସଚେତନତା


ଗଂଜାମ, 12 ନଭେମ୍ବର (ହି.ସ.)

ସାଇବର ଅପରାଧରୁ ଦୂରେଇ ରହିବା ଓ ସୁରକ୍ଷିତ ରହିବା ପାଇଁ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ ଓ ଶେରଗଡ଼ ପୋଲିସ ର ମିଳିତ ନେତୃତ୍ୱରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବାଡତ୍ୟାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଥାନାଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ସାଇବର ଅପରାଧ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ସାଇବର ଠକେଇରୁ କିଭଳି ଦୂରେଇ ରହିବା, ସେ ନେଇ ଆଲୋକପାତ କରିଥିଲେ। ସାଇବର ଅପରାଧୀମାନେ ଅନଲାଇନ ଗେମ, ମେସେଜ ଲିଙ୍କ, ୱାଟ୍ସପ ଲିଙ୍କ,ଓଟିପି,ଅନଲାଇନ ସପିଙ୍ଗ, ବିଭିନ୍ନ ଆକାଉଣ୍ଟର ପାସୱାର୍ଡ,ଏଟିଏମ କାର୍ଡ ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ କରି ଲୋକମାନଙ୍କୁ ଅତି ସହଜରେ ଠକିଥାନ୍ତି। ଏହି ଅପରାଧକୁ ରୋକିବାକୁ ହେଲେ ସଚେତନତା ହେଉଛି ପ୍ରମୁଖ ଅସ୍ତ୍ର। ଦେଶର ପ୍ରାୟ 82 କୋଟି ଲୋକ ଅର୍ଥାତ ଦେଶର 55% ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ ବ୍ୟବହାର କରୁଥିବା ଯୁବ ବର୍ଗ, ମହିଳା ଓ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ପ୍ରତିଦିନ ଏହି ଅପରାଧର ଶିକାର ହେଉଛନ୍ତି। ଏଣୁ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରାଇ ପାରିଲେ ସାଇବର ଅପରାଧକୁ ରୋକାଯାଇପାରିବ। ସାଇବର ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ 1930 ର ସହାୟତା ନେବାକୁ ମଧ୍ୟ ବ୍ୟବସ୍ଥା ରହିଛି ବୋଲି ଥାନାଧିକାରୀ ସମସ୍ତଙ୍କୁ ଅବଗତ କରାଇ ଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଜ ନିଜ ବକ୍ତବ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ବହୁମୂଲ୍ୟ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ବି. ଶିବାଜୀ ପାତ୍ର ଏବଂ ଯୁବ ରେଡ଼କ୍ରସ କାଉନସିଲର ପବିତ୍ର ନାରାୟଣ ବେହେରା ମିଳିତ ଭାବେ ସଂଯୋଜନା କରିଥିଲେ। ପରିଶେଷରେ ଅର୍ଥନୀତି ବିଭାଗର ସ୍ନାତକୋତ୍ତର ଶିକ୍ଷୟିତ୍ରୀ ସୁଶ୍ରୀ ମନୀଷା ରାଣୀ ସାହୁ ନିଜର ଅମୂଲ୍ୟ ବାର୍ତ୍ତା ସହ ଧନ୍ୟବାନ ପର୍ବର ପରିସମାପ୍ତି କରିଥିଲେ। ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande