ଘରୋଇ କଳିରୁ ବାପ କୁ ହତ୍ୟା କଲା ପୁଅ
କେନ୍ଦୁଝର, 12 ନଭେମ୍ବର (ହି.ସ.) ଆଜି ମଧ୍ୟାହ୍ନରେ ଟାଉନ ଥାନା ଅନ୍ତର୍ଗତ ଶିରିଶପାଳ ପଞ୍ଚାୟତ ଅନ୍ତର୍ଗତ ନାଏକ ସାହିରେ ଘଟିଛି ହତ୍ୟାକାଣ୍ଡ। ଘରୋଇ କଳିରୂ ନିଶାସକ୍ତ ଅବସ୍ଥାରେ ବାପ କୁ ପିଟି ହତ୍ୟା କରିଛି ପୁଅ। ପ୍ରକାଶ ଯେ ରଇଆ ନାଏକ ନିଶାସକ୍ତ ଅବସ୍ଥାରେ ତରଣିସେନକୁ ଟଙ୍କା ମାଗିଥିଲା। ବାପ ଟଙ୍କ
ଘରୋଇ କଳିରୁ ବାପ କୁ ହତ୍ୟା କଲା ପୁଅ


କେନ୍ଦୁଝର, 12 ନଭେମ୍ବର (ହି.ସ.) ଆଜି ମଧ୍ୟାହ୍ନରେ ଟାଉନ ଥାନା ଅନ୍ତର୍ଗତ ଶିରିଶପାଳ ପଞ୍ଚାୟତ ଅନ୍ତର୍ଗତ ନାଏକ ସାହିରେ ଘଟିଛି ହତ୍ୟାକାଣ୍ଡ। ଘରୋଇ କଳିରୂ ନିଶାସକ୍ତ ଅବସ୍ଥାରେ ବାପ କୁ ପିଟି ହତ୍ୟା କରିଛି ପୁଅ। ପ୍ରକାଶ ଯେ ରଇଆ ନାଏକ ନିଶାସକ୍ତ ଅବସ୍ଥାରେ ତରଣିସେନକୁ ଟଙ୍କା ମାଗିଥିଲା। ବାପ ଟଙ୍କା ଦେଇନଥିବା ବେଳେ ଝଗଡ଼ା ହୋଇଥିଲା। ନିଶାସକ୍ତ ଅବସ୍ଥାରେ ପୁଅ ବାପକୁ ଏକ କାଠ ଫାଳିଆରେ ମୁଣ୍ଡକୁ ପିଟିଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ପୁଅକୁ ଗିରଫ କରି ଶବକୁ ଜବତ କରି ଅଧିକ ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande