ନୂଆପଡା ଉପନିର୍ବାଚନରେ ରେକର୍ଡ ୮୩.୪୫% ମତଦାନ
-୧୪ରେ ଗଣତି ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ୭୧–ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ମତଦାନ ୧୧ ନଭେମ୍ବର ୨୦୨୫ ତାରିଖ (ମଙ୍ଗଳବାର)ରେ ମୋଟାମୋଟି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି, ଯାହା ପୂର୍ବନିର୍ବାଚନ ତୁଳନାରେ ପାଖାପାଖି ୧୦%
ନୂଆପଡା ଉପନିର୍ବାଚନରେ ରେକର୍ଡ ୮୩.୪୫% ମତଦାନ


-୧୪ରେ ଗଣତି

ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ୭୧–ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ମତଦାନ ୧୧ ନଭେମ୍ବର ୨୦୨୫ ତାରିଖ (ମଙ୍ଗଳବାର)ରେ ମୋଟାମୋଟି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି, ଯାହା ପୂର୍ବନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି। ଦେଶର ଅନ୍ୟ ଆଠଟି ବିଧାନସଭା ମଣ୍ଡଳୀରେ ସମାନ ସମୟରେ ଉପନିର୍ବାଚନଅନୁଷ୍ଠିତ ହୋଇଥିଲା, ନୂଆପଡ଼ାରେ ଅନ୍ୟ ଉପନିର୍ବାଚନ ତୁଳନାରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆପଡ଼ାର ମତଦାତାମାନଙ୍କୁ ଐତିହାସିକ ଅଂଶଗ୍ରହଣ ଦ୍ୱାରାଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସୁନାବେଡ଼ା ଅଂଚଳରେ ଥିବା ସମସ୍ତ ୮ଟିସମ୍ବେଦନଶୀଳ ଓ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ପୋଲିଂ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମ୍ପନ୍ନ ହୋଇଛି । ଆକାଶରୁ ନିରୀକ୍ଷଣ ପାଇଁ ନିଯୋଜିତ ହେଲିକପ୍ଟର ଓ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଅଞ୍ଚଳରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବା ସମ୍ଭବ ହୋଇଥିଲା ।) ଏହି ଅଞ୍ଚଳରେ କୌଣସି ଅପ୍ରୀତିକର ଘଟଣା ରିପୋର୍ଟ ହୋଇନାହିଁ।

ଶ୍ରୀମତୀ ଜୟନ୍ତୀ ଛତ୍ରିଆଙ୍କ ଭୋଟ ଅନ୍ୟ ଜଣେ କେହି ଦେଇଦେବାର ଅଭିଯୋଗ ଆସିଥିଲା । ତାକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ସେହି ଅଭିଯୋଗ ସମ୍ପର୍କରେ କ୍ଷେତ୍ର ଅଧିକାରୀ ଓ ପୁଲିଙ୍ଗ ଅଫିସରମାନେ ତତକ୍ଷଣାତ ଯାଞ୍ଚ କରିଥିଲେ । ଅଭିଯୋଗଟି ଭିତିହୀନ ଓ ମିଥ୍ୟା ବୋଲି ଯାଂଚ ସମୟରେ ଜଣାପଡିଲା । ଭୋଟ୍ ର ଗୁପ୍ତତାକୁ ସଂପୂର୍ଣ୍ଣ ଭାବରେ ରକ୍ଷା କରିବା, ସ୍ୱାଧୀନ/ମୁକ୍ତ ଏବଂ ନ୍ୟାୟସଂଗତ ନିର୍ବାଚନର ମୂଳ ଆଧାର ଅଟେ।ଦୁଇଜଣ ପ୍ରିଜାଇଡିଂ ଅଫିସର ଏହାର ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ତତକ୍ଷଣାତ ନିଲମ୍ବନ କରାଯାଇଛି ।ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ମତଦାନ ସମୟରେ ଯାନ୍ତ୍ରିକତ୍ରୁଟି ଉତ୍ପନ୍ନ ହେତୁ ପୋଲିଂ ଷ୍ଟେସନ ୮୦ ଓ ୨୪୬ ରେ ସମ୍ପୂର୍ଣ୍ଣ ଇ.ଭି.ଏମସେଟ ଓ ପୋଲିଂ ଷ୍ଟେସନ ୨୯୮ ରେ କେବଳ ଭି.ଭି.ପ୍ୟାଟପରିବର୍ତ୍ତନ କରାଯାଇଥିଲା ।ସେକ୍ଟର ଅଫିସର ଓ ନିର୍ବାଚନ ପରିଚାଳନା ଦଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ,ଯାହା ଫଳରେ ଏହି ସବୁ ସ୍ଥାନରେ ମତଦାନ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।ବୁଥ ନଂ–୧୧ ରେ ରଙ୍ଗୀନ ଭୋଟର ତାଲିକା ବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା ।ସେହି ସ୍ଥାନରେ ନିଯୋଜିତ ଅଧିକାରୀ ତତକ୍ଷଣାତ ଯାଞ୍ଚ କରି,ପୋଲିଂ କେନ୍ଦ୍ର ବାହାରେ ଦୁଇଜଣ ବ୍ୟକ୍ତିଙ୍କୁ ଏହିପରି ତାଲିକା ସହ ପାଇଥିଲେ । ସେହି ତାଲିକାଗୁଡ଼ିକୁ ତୁରନ୍ତ ଜବତ କରାଯାଇ ଆଗକୁ ଯେପରି ଏଭଳି ରଙ୍ଗୀନ ଭୋଟର ତାଲିକା ବ୍ୟବହାର କରା ନ ଯିବ ତାହା ସୁନିଶ୍ଚିତ କରାଯାଇଥିଲା ।ପୋଲିଂ ଷ୍ଟେସନ ନଂ–୨୫୦ ରେ ଭୋଟିଂ ତଥ୍ୟ ମେଳ ନ ଖାଇବାର ଅଭିଯୋଗ ଆସିଥିଲା । ଯାଞ୍ଚ ପରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣା ପଡିଥିଲା । ମତଦାନ ଶେଷ ହେବା ପରେ ସମସ୍ତ ଇ.ଭି.ଏମ ଏବଂ ଭି.ଭି.ପ୍ୟାଟକୁ ନିର୍ଦ୍ଧିଷ୍ଟ ଷ୍ଟ୍ରଙ୍ଗରୁମରେ ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହରଖାଯାଇଛି । ଷ୍ଟ୍ରଙ୍ଗରୁମ ଟି ୨୪ ଘଣ୍ଟା ସିସିଟିଭି ନିରୀକ୍ଷଣରେ ରହିଛି। ମେସିନ ଗୁଡିକର ମୁଦ ଓ ସଂରକ୍ଷଣ ପ୍ରକ୍ରିୟା ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଭିଡିଓଗ୍ରାଫ ସହ ସମ୍ପନ୍ନ ହୋଇଛି ।

୭୧–ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ୧୪ ନଭେମ୍ବର ତାରିଖରେ କରାଯିବ ।

ସମସ୍ତ ବ୍ୟବସ୍ଥା ଯଥା — ମତଗଣନା ଟେବୁଲ, ପର୍ଯ୍ୟବେକ୍ଷକ ନିଯୁକ୍ତି, ସିସିଟିଭିନିରୀକ୍ଷଣର ବ୍ୟବସ୍ଥା ଓ ଷ୍ଟ୍ରଙ୍ଗରୁମରପର୍ଯ୍ୟବେକ୍ଷଣ — କରାଯାଇସାରିଛି ।

ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ସଫଳ ଏବଂ ଶାନ୍ତିପୂର୍ଣ୍ଣ ମତଦାନ, ଭୋଟର, ପ୍ରାର୍ଥୀ, ନିର୍ବାଚନ ଅଧିକାରୀ, ସୁରକ୍ଷା କର୍ମଚାରୀ ଏବଂ ସ୍ଥାନୀୟ ପ୍ରଶାସନରସାମୁହିକ ପ୍ରତିବଦ୍ଧତାର ପ୍ରତିଫଳନ ଅଟେ ।ସମସ୍ତ ସହଯୋଗ ଏବଂ ନିଷ୍ଠାପର ଉଦ୍ୟମ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ସମସ୍ତ ଅଂଶୀଦାରଙ୍କୁ ଆନ୍ତରିକ ସାଧୁବାଦ ଜ୍ଞାପନ କରିଛନ୍ତି ।)

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande