
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ପଦ୍ମଶ୍ରୀ ଡ଼ ମାୟାଧର ମାନସିଂହଙ୍କ
ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର
ଉଜ୍ଜ୍ୱଳ ତାରକା, ପଦ୍ମଶ୍ରୀ ଡ଼ ମାୟାଧର
ମାନସିଂହଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ
କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା