୨୦୨୫-୨୬ ଆର୍ଥିକ ବର୍ଷ ର ଚତୁର୍ଥ ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ କମିଟି ବୈଠକ

ସମ୍ବଲପୁର, ୧୪ ନଭେମ୍ବର (ହି.ସ.) ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଚତୁର୍ଥ ଜିଲ୍ଲା ପରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଆଜି ଅପରାହ୍ନ ରେ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲିଙ୍ଗ ନିରୂପଣ କୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ସୂଚନା , ଡାକ୍ତରଖାନା ଏବଂ ବିଭିନ୍ନ ଅଞ୍ଚଳ ରେ ହୋର୍ଡିଂ ଲଗାଇ ଜନ ସଚେତନ କରାଇବା ପାଇଁ ନିଷ୍ପତି ନିଆଗଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣ ହତ୍ୟା ସମ୍ବନ୍ଧିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଗଲା । ସଭାରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ହୋତା, ଡଃ ଚୁଲବତି ସାହୁ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ଯାଣ, , ଶକ୍ତି ସଦନର ସଦସ୍ଯା, ସରକାରୀ ଓକିଲ, ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ତଥ୍ୟ କୁ ଶ୍ରୀ ବୁଧ ରଞ୍ଜନ ଭୋଇ, ସହକାରୀ ପରିଚାଳକ(ଆଇନ ବ୍ୟାପାର) ଉପସ୍ଥାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande