
ଜୟପୁର, ୧୪ ନଭେମ୍ବର (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ରେଲେଓ ଛକରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଜୟପୁର ବ୍ଲକ ଅନ୍ତର୍ଗତ ହରଡାପୁଟ ଗ୍ରାମର ଅଜୟ ମୁଦୁଲି ଓ ରାମ କୃଷ୍ଣ ଜାନି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଅଜୟ ମୁଦୁଲି (୨୫) ଓ ତାଙ୍କ ସାଙ୍ଗ ରାମ କୃଷ୍ଣ ଜାନୀ (୨୫) ଦୁଇ ଜଣ ମିଶି ଏକ ବାଇକରେ ଜୟପୁର ଆସି କାମ ସାରି ଫେରିବା ସମୟରେ ରାତ୍ର ସମୟରେ ଜୟପୁର ରେଲେୱେ ଛକରେ ଗୋଟିଏ ଅଜଣା ଗାଡି ବିପରିତ ଦିଗରୁ ଆସି ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଆଜି ସକାଳୁ ମୃତ ଅଜୟ ମୁଦୁଲିର ବାପା କମଳ ଲୋଚନ ମୁଦୁଲି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଦୁଇ ଜଣଙ୍କ ମୃତଦେହ ରାସ୍ତା ଉପରେ ପଡି ରହିଥିଲା । ଏନେଇ ଜୟପୁର ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି