୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୩ ହଜାର ୮୭୨ ଭୋଟ୍ ରେ ଆଗୁଆ
ନୂଆପଡ଼ା, ୧୪ ନଭେମ୍ବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୮ ହଜାର ୫୦୭ ଭୋଟ୍ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଠାରୁ ୫୩ ହଜାର ୮୭୨ ଭୋଟ୍ ରେ ଆଗୁଆ ଅଛ
୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୩ ହଜାର ୮୭୨ ଭୋଟ୍ ରେ ଆଗୁଆ


ନୂଆପଡ଼ା, ୧୪ ନଭେମ୍ବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୮ ହଜାର ୫୦୭ ଭୋଟ୍ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଠାରୁ ୫୩ ହଜାର ୮୭୨ ଭୋଟ୍ ରେ ଆଗୁଆ ଅଛନ୍ତି ।

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୪ ହଜାର ୬୩୫ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୪ ହଜାର ୨୫୧ ଭୋଟ୍ ପାଇ ଦୌଡ଼ର ତୃତୀୟ ସ୍ଥାନରେ ରହିଛନ୍ତି । ଭୋଟ୍ ଗଣତି ଜାରି ରହିଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ୨୬ଟି ପର୍ଯ୍ୟାୟରେ ଏହି ଭୋଟ୍ ଗଣତି କରାଯିବ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande