
ଗଞାମ, ୧୪ ନଭେମ୍ବର (ହି.ସ.)- ହିଞ୍ଜିଳିକାଟୁ ନିକଟସ୍ଥ ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚଳିତ ମାସର ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ମାନସ ରଞ୍ଜନ ବିଷୋୟୀ, ଆୟୁଷ ଡାକ୍ତର ଦେବାଶିଷ ଶତପଥୀ ଶିବିରରେ ଯୋଗ ଦେଇଥିବା ଶତାଧିକ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ସହ ଔଷଧ ଵିତରଣ କରିଥିଲେ। ଏଲ ଟି ପ୍ରତିଜ୍ଞା ସାହୁ ମଳମୂତ୍ର ଓ ରକ୍ତ ପରିକ୍ଷା କରିଥିଲେ।
ଏହି ଶିବିରରେ ଡ଼ାକ୍ତର ହୃଷିକେଶ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଫାର୍ମାସିଷ୍ଟ କିରଣ କୁମାର ଶବର, ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ପଞ୍ଚାନନ ଗୈ।ଡ଼, ରୋହିତ ନାୟକ, ଶରତ ଚନ୍ଦ୍ର ପଟ୍ଟନାୟକ ଓ ଦୟାନିଧି ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଯୋଗ ଶିକ୍ଷକ ହରିଵନ୍ଧୁ ନାୟକ ରୋଗୀମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଵାରେ ଲାଗିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ