
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ସାହିତ୍ୟ ଓ ସମ୍ବାଦ ଜଗତକୁ ଭଦ୍ରକର ଅବଦାନ ଅନସ୍ୱୀକାର୍ଯ୍ୟ। ଭଦ୍ରକ ଭୂମିର ସାରସ୍ୱତ ସାଧକ ଲେଖନୀ ଚାଳନା କରି ସାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି ସେପରି ଭଦ୍ରକ ମାଟିରୁ ବହୁ ପତ୍ର ପତ୍ରିକା ଓ ସମ୍ବାଦପତ୍ର ଆତ୍ମପ୍ରକାଶ କରି ସାମଗ୍ର ଉତ୍କଳ ତଥା ଭାରତକୁ ଆଲୋକିତ କରିଛନ୍ତି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ପଂଚମ ସଂନ୍ଧ୍ୟାକୁ ରାଜନେତା ଓ କବି ବିଷ୍ଣୁ ସେଠୀଙ୍କ ସ୍ମୃତି ରେ ଉତ୍ସର୍ଗିତ ହେବା ସହ ‘ଭଦ୍ରକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା'ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ଆବାହକ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଓ ସଂଗଠିକା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ କୃଷିବିତ୍ ତଥା ଆକାଶବାଣୀ ଗୀତିକାର ଅରୁଣ ପାତ୍ର ମୁଖ୍ୟ ବକ୍ତା ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ରାମନାରାୟଣ ମହାନ୍ତି , ଅବସର ପ୍ରାପ୍ତ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଚାନ୍ଦବାଲି ବିକାଶ ପରିଷଦ ସଭାପତି ନିରୋଦ କୁମାର ରାଉତ ବରେଣ୍ୟ ଅତିଥି ଏବଂ କବୟିତ୍ରୀ ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସଭାପତି ଇଂ ଅଭୟ ସୂତାର ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ ଓ ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା ସ୍ୱାଗତ ଭାଷଣ ପ୍ରଦାନ ଏବଂ ବରପ୍ରାପ୍ତ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଠଶିଳ୍ପୀ ଶଶିକଳା ମିଶ୍ର ଓ କବୟିତ୍ରୀ ଚୈତାଳୀ ଖିଲାର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସଂଯୁକ୍ତା ବଳ ନାୟକ ଓଦମୟନ୍ତୀ ରାଉତ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ। ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, ଡା. ଅନିଲ କୁମାର ଦାଶ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଞ୍ଜନା ମିଶ୍ର,ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ