ନୂଆପଡ଼ାରେ ବାଜିମାତ୍ ପରେ ବିଜେପିର ବିଜୟ ଉତ୍ସବ ପାଳନ : ଏହି ବିଜୟ ନୂଆପଡ଼ା ଭୋଟରଙ୍କ ବିଜୟ- ଜୟ ଢୋଲକିଆ
ନୂଆପଡ଼ା, ୧୪ ନଭେମ୍ବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଲାଭ କରିବା ପରେ ସଂନ୍ଧ୍ୟାରେ ଖରିଆର ରୋଡ଼ ଓ ନୂଆପଡା ସହରରେ ଦଳ ପକ୍ଷରୁ ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ବିଜୟ ଉତ୍ସବ ପାଳନ କରାଯାଇଛି । ଅନ୍ୟପକ୍ଷରେ ଜୟ ଢୋଲକିଆ ଗଣମାଧ୍ୟମ ସାମ୍ନାର
ନୂଆପଡ଼ାରେ ବାଜିମାତ୍ ପରେ ବିଜେପିର ବିଜୟ ଉତ୍ସବ ପାଳନ : ଏହି ବିଜୟ ନୂଆପଡ଼ା ଭୋଟରଙ୍କ ବିଜୟ- ଜୟ ଢୋଲକିଆ


ନୂଆପଡ଼ା, ୧୪ ନଭେମ୍ବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଲାଭ କରିବା ପରେ ସଂନ୍ଧ୍ୟାରେ ଖରିଆର ରୋଡ଼ ଓ ନୂଆପଡା ସହରରେ ଦଳ ପକ୍ଷରୁ ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ବିଜୟ ଉତ୍ସବ ପାଳନ କରାଯାଇଛି ।

ଅନ୍ୟପକ୍ଷରେ ଜୟ ଢୋଲକିଆ ଗଣମାଧ୍ୟମ ସାମ୍ନାରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ବିଜୟ ନୂଆପଡ଼ା ଭୋଟରଙ୍କ ବିଜୟ । ଏଥିସହ ତାଙ୍କର ଏହି ବିପୁଳ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande