
ବଲାଙ୍ଗିର, 14 ନଭେମ୍ବର (ହି.ସ)
ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍ ଅନ୍ତର୍ଗତ ପ୍ରାଥମିକ କୃଷି ସମବାୟ ସମିତି ଲି. ଓମ୍ଫେଡ୍ ର ଯୁଗଳ ପ୍ରୟାସରେ ବୈରାସର ଠାରେ ଏକ ନୂତନ ଓମ୍ଫେଡ୍ ପାର୍ଲର ର ଶୁଭ ଉଦଘାଟନ ହୋଇଯାଇଛି ।ସନ୍ଧ୍ୟା ୭ ଟା ସମୟରେ ହୋଇଥିବା ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଡି ସି ସି ବି ବ୍ୟାଙ୍କ୍ ସଭାପତି ସ୍ମାରକ ରଞ୍ଜନ ମିଶ୍ର, ଡି ଡି ଏମ ନାବାର୍ଡ ଧୀରେନ୍ଦ୍ର ସିଂ ବରିହା, ସି ଡି ଏ ଓ ଆର କେ ପଣ୍ଡା,ଜିଲ୍ଲା ମିଳ୍କ ୟୁନିଅନ ବି କେ ଏନ୍,ପ୍ରମୁଖ ଓମ୍ଫେଡ୍ ଶୁଭ ଉଦ୍ଘାଟନୀ ସମାରୋହରେ ସାମିଲ ହୋଇ ଶୁଭାରମ୍ଭ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ। ବୈରାସର ପେକ୍ସ ସଭାପତି ନରେନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବ ରେ ଆରମ୍ଭ ସଭାରେ ପ୍ରଥମେ ସ୍ଵାଗତ ସମ୍ମର୍ଦ୍ଧନା ସଭା ଆରମ୍ଭ ହୋଇଥିବା ବେଳେ ବୈରାସର ପେକ୍ସ ସମ୍ପାଦକ ଘନଶ୍ୟାମ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ବୈରାସର ସଭ୍ୟ ଅଶୋକ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ। ତେବେ ଏହି ପାର୍ଲର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସଫଳ ଭାବେ ଶୁଦ୍ଧ ଓ ଗୁଣୋତ୍କୃଷ୍ଟ ଦୁଗ୍ଧ ଉତ୍ପାଦନ ସାମଗ୍ରୀ ଉପଲବ୍ଧ ହେବ।ଯାହା ଫଳ ରେ ଏଠିକାର ସର୍ବସାଧାରଣ ସହ ସମସ୍ତ ଚାଷୀ ହାତ ପାହାନ୍ତ ରେ ସୁଦ୍ଧ ଦୁଗ୍ଦ ସହ ଆବଶ୍ୟକୀୟ ଓମଫେଡ୍ ସାମଗ୍ରୀ ପାଇଁ ପାରିବେ। ଅନ୍ୟପଟେ ପେକ୍ସ ମଧ୍ୟ ଭଲ ବ୍ୟବସାୟ ରେ ଦ୍ୱିଗୁଣିତ ଲାଭବାନ ହେବ।ଏବଂ ଧାନ ବିହନ ସାର୍ ରେ ସୀମିତ ନହୋଇ ଗୋଟେ ପାଦ ଆଗକୁ ବଢିବା ଭଳି ବକ୍ତବ୍ୟ ରଖିଥିବା ବେଳେ ସେହିପରି ପ୍ରତିବର୍ଷ ଆଜିର ଏହି ଦିନକୁ ମନେ ପକାଇ ମିଳିତ ଉତ୍ସବ ସମାରୋହ ପାଳନ କରିବା ନେଇ ମଧ୍ୟ ଅତିଥି ବୃନ୍ଦ ପ୍ରସ୍ତାବ ରଖିଥିଲେ। ତେବେ ଉଦଘାଟନୀ ଅବସରରେ କେନ୍ଦ୍ର ସମଵାୟ ବେଙ୍କ ସଭାପତି ଓ ଅତିରିକ୍ତ ଜିଲ୍ଲାପାଳ ସହିତ ବହୁ ସଂଖ୍ୟାରେ କୃଷକ ଓ ସମବାୟ ଅଧିକାରୀ ସହ କମିଟି ମେମ୍ବର ମେନେଜ ମେଣ୍ଟ ମେମ୍ବର ସହ ବୈରାସର ପେକ୍ସ ର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।ଅତିଥିମାନେ ଏହି ପ୍ରୟାସ ଦୁଗ୍ଧ ଉତ୍ପାଦନରେ ନୂଆ ଆୟାମ ସୃଷ୍ଟି କରିବ ଓ ଗାଁ ଠାଣି ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ