ମଂଟେଶୋରୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା
ବଲାଙ୍ଗୀର, ୧୪ ନଭେମ୍ବର(ହି.ସ.) – ସ୍ଥାନୀୟ ମଣ୍ଟେଶୋରୀ ପବ୍ଲିକ ସ୍କୁଲରେ ୧୧ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡା. ପଂଚଜନ୍ୟ ପଣ୍ଡା ଯୋଗ ଦେଇ ବିଜ୍ଞାନ ଓ ଏହାର ଆବିଷ୍କାର ବିଷୟରେ ଆଲୋକପାତ କରିଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦
ମଣ୍ଟେଶୋରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା


ମଣ୍ଟେଶୋରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା


ମଣ୍ଟେଶୋରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା


ବଲାଙ୍ଗୀର, ୧୪ ନଭେମ୍ବର(ହି.ସ.) – ସ୍ଥାନୀୟ ମଣ୍ଟେଶୋରୀ ପବ୍ଲିକ ସ୍କୁଲରେ ୧୧ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡା. ପଂଚଜନ୍ୟ ପଣ୍ଡା ଯୋଗ ଦେଇ ବିଜ୍ଞାନ ଓ ଏହାର ଆବିଷ୍କାର ବିଷୟରେ ଆଲୋକପାତ କରିଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ପ୍ରୋଜେକ୍ଟ ବିଷୟରେ ଦର୍ଶକମାନଙ୍କୁ ବିଷଦ୍ ଭାବରେ ବୁଝାଇଥିଲେ। ବିଚାରକ ରୂପେ ସୁଶ୍ରୀ ସଞ୍ଜିବନୀ ପଣ୍ଡା ବିଜ୍ଞାନ ଶିକ୍ଷୟତ୍ରୀ ଏବଂ ବିଜ୍ଞାନ ଶିକ୍ଷକ କାର୍ତିକ ପଣ୍ଡା ସମସ୍ତ ପ୍ରୋଜେକ୍ଟ ତଦାରଖ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ ସ୍ୱରୁପ ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦିଆଯାଇଥିଲା। ଶିଶୁ ଦିବସ ଅବସରରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ସେଂଟ୍ରାଲ ବ୍ୟାଙ୍କ ମ୍ୟାନେଜର ସୌରଭ କୁମାର ଏବଂ ପ୍ରତାପ ରଥ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ସ୍କୁଲ ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମାୟାବହରା ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ଆକୁଳ ବେହେରା ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌?ଗାତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande