ବିବାହର ପ୍ରଲୋଭନ ଦେଖାଇ ନାବଳିକା ସହିତ ସମ୍ପର୍କ ରଖି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୁକ୍ତ ଅଦାଲତ ଚାଲାଣ
କୋରାଇ, ୧୪ ନଭେମ୍ବର(ହି.ସ.) – ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ନେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗରେ ପାଣିକୋଇଲି ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଲେଇପୁର ପଂଚାୟତର ତେଲିଆ ବନ୍ଧରେ ରହୁଥିବା ସନାତନ ମୁଣ୍ଡା କେଉଁଟନ
ବିବାହର ପ୍ରଲୋଭନ ଦେଖାଇ ନାବଳିକା ସହିତ ସମ୍ପର୍କ ରଖି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୁକ୍ତ ଅଦାଲତ ଚାଲାଣ


କୋରାଇ, ୧୪ ନଭେମ୍ବର(ହି.ସ.) – ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ନେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗରେ ପାଣିକୋଇଲି ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଲେଇପୁର ପଂଚାୟତର ତେଲିଆ ବନ୍ଧରେ ରହୁଥିବା ସନାତନ ମୁଣ୍ଡା କେଉଁଟନଗୁଆଁ ଗ୍ରାମର ଜୈନିକ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସର୍ମ୍ପକ ସ୍ଥାପନା କରିଥିଲେ । ଏକ ବର୍ଷ ଧରି ସର୍ମ୍ପକ ରଖିବା ପରେ ନାବିଳିକାକୁ ଆନ୍ଦ୍ର ପ୍ରଦେଶର ତିରୁପତି ନେ଼ଇ ସେଠାରେ ଭଡା ଘରେ ରଖିଥିଲା । ଏକ ମାସ ପରେ ତାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆଣି ଛାଡିଥିଲା । ଏନେଇ ନାବାଳିକା ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମବଳା ୩୭୧/୨୫ ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତାଧିକାରୀ ବିଶ୍ୱରଂଜନ ଦାସ ଅଭିଯୁକ୍ତ ସନାତନକୁ ଗିରଫ କରିବା ପରେ ଉଭୟଙ୍କ ବୟାନ ରେକର୍ହ ଓ ଡାକ୍ତରୀ ମାଇନା ପରେ ଆଜି ଅଭିଯୁକ୍ତ ସନାତନକୁ ଆଜି କୋର୍ଟ ଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande