
କେନ୍ଦୁଝର, 14 ନଭେମ୍ବର (ହି.ସ.)ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିଜୁ ପଟ୍ଟନାୟକ ବସଷ୍ମାଣ୍ଡ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୂକାରୀ ଡାକୁର ଚନ୍ଦ୍ରଶେଖର ରଥ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥୂ ଭାବେ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସାଂସଦ ପ୍ରତିନିଧୂ ହରିହର ପ୍ରଧାନ, ବିଧାୟକ ପ୍ରତିନିଧୂ ପଦ୍ମଲୋଚନ ସାହୁ, ବିଡ଼ିଓ ପବନ କୁମାର,ଭାରପ୍ରାପ୍ତ ବିଡ଼ି ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ନାଏ ନାଏକ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧୂକାରୀ ଡାକ୍ତ ଡାକୁର ସୁବ୍ରତ କୁମାର ନାଏକ, ସହକାରୀ ମତ୍ସ୍ୟ ଅଧୂକାରୀ ବାଲ୍ମୀକି ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଭିଏଏସ ଡାକ୍ଟର ରଞ୍ଜିତା ପଟ୍ଟନାୟକ ସଭା ସଂଯୋଜନା କରିଥିବା ବେଳେ ଡ଼ାକ୍ତର ଭିଷେକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ବିଶିଷ୍ଟ ଚାଷୀ ଯୁଧୂଷ୍ଠିର ପ୍ରଧାନ ଧାନ ଅନୁରୋଧ କରିଥିଲେ। ଲେ। ବିଭିନ୍ନ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ବୃଦ୍ଧି ସହିତ ବିକ୍ରିବଟା ସରକାରୀସ୍ତରରେ ଆବଶ୍ୟକ ବଜାର ବ୍ୟବସ୍ଥା ଅତି ଜରୁରୀ ହୋଇପଡିଛି। ତେଲକୋଇର ଆମ୍ବ, ତରଭୁଜ, ପନିପରିବା ତଥା ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ସୁରକ୍ଷିତ ରଖୁବା ପାଇଁ ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ବଜାରୀକରଣର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଧାୟକ ଶ୍ରୀ ନାଏକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆନନ୍ଦି ପଟ୍ଟନାୟକ, ରଜମଣୀ ମାଝୀ, ଘନଶ୍ୟାମ ଦେହୁରୀ, ଦେବାନନ୍ଦ ସାହୁ, ଅଶୋକ କୁମାର ନାୟକ, ତୀର୍ଥବାସୀ ନାୟକ, କରଦାଙ୍ଗିର ଅନ୍ନପୂର୍ଣ୍ଣା ଏସଏଚଜି ଓ ରାଇସୁଆଁର ମା ତାରିଣୀ ଏସଏଚଜିଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରାଣୀ ଓ ମତ୍ସ୍ୟ ସଂପଦ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA