ଭୀମକୁଣ୍ଡ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ରକ୍ତଦାନ ମହୋତ୍ସବ-୨୦୨୫ ଅନୁଷ୍ଠିତ
କେନ୍ଦୁଝର, 14 ନଭେମ୍ବର (ହି.ସ.) ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆସୁ ଭୀମକୁଣ୍ଡ ଉଚ୍ଚ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ ତରଫରୁ ଏକ ଭବ୍ୟ ରକ୍ତଦାନ ମହୋତ୍ସବ ଆୟୋଜନ ହୋଇଯାଇଛି। ଉକ୍ତ ମହୋତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ଡୁମୁରିଆ କ୍ଷେତ୍ରୀୟ ଚିକି
ଭୀମକୁଣ୍ଡ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ରକ୍ତଦାନ ମହୋତ୍ସବ-୨୦୨୫ ଅନୁଷ୍ଠିତ


କେନ୍ଦୁଝର, 14 ନଭେମ୍ବର (ହି.ସ.) ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆସୁ ଭୀମକୁଣ୍ଡ ଉଚ୍ଚ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ ତରଫରୁ ଏକ ଭବ୍ୟ ରକ୍ତଦାନ ମହୋତ୍ସବ ଆୟୋଜନ ହୋଇଯାଇଛି। ଉକ୍ତ ମହୋତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ଡୁମୁରିଆ କ୍ଷେତ୍ରୀୟ ଚିକିତ୍ସାଳୟର ଅଧୂକାରୀ ଡଃ ଅଙ୍କିତ କୁମାର ମହାନ୍ତି ଓ ଯୁନିୟନ୍ ବ୍ୟାଙ୍କ, ଡୁମୁରିଆର ପରିଚାଳକ ମାନଗୋବିନ୍ଦ ନାୟକ ମିଳିତ ଭାବେ ଉଦଘାଟନ କରିଥିଲେ। ଯୁବ ରେଡକ୍ରସର ମାର୍ଗଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତିଙ୍କ ନେତୃତ୍ବରେ ମହୋତ୍ସବ ପରିଚାଳନା କରାଯାଇଥିଲା। ଉକ୍ତ ମହୋତ୍ସବରେରେ ପୁରାତନ ଛାତ୍ର ଛାତ୍ରୀ, ରେଡ଼କ୍ରସର ସ୍ବେଚ୍ଛାସେବୀ ତଥା ଛାତ୍ର ଛାତ୍ରୀଙ୍କ ସମେତ ଶୁଭେଚ୍ଛୁ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରି ଓ ଓ ରକ୍ତଦାନକୁ ଭିନ୍ନ ଏକ ଦେଶପ୍ରେମ ଭାବି ମୋଟ ୧୧୪ ୟୁନିଟ ରକ୍ତଦାନ କରାଇଥିଲେ। ଓଡ଼ିଶା ରକ୍ତଦାତା ମହାସଂଘ ତଥା କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାରର ସଦସ୍ୟ ଏବଂ ଜିଲ୍ଲା ଯୁବ ରେଡକ୍ରସ୍ ରେଡ ସଂଯୋଜକ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରାଇବା ସହ ଯୁବ ରେଡକ୍ରସର ମାର୍ଗଦର୍ଶକ ତଥା ଓଡିଶା ଡିଶା ରକ୍ତଦାତା ମହାସଂଘ ଓ କେନ୍ଦୁଝର ରକ୍ତଦାତା ପରିବାରର ସକ୍ରିୟ ସଦସ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସେନାପତିଙ୍କ ଜନ୍ମ ଦିବସରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ମହୋତ୍ସବ ଆୟୋଜନ କରାଇ ଏତେ ସଂଖ୍ୟକ ରକ୍ତ ସଂଗ୍ରହ ହେବାର ଭୂୟସୀ ପ୍ରଶଂସା କରିଥିଲେ। ମହୋତ୍ସବର ସଫଳତା ପାଇଁ ରେଡକ୍ରସ୍ ମାର୍ଗଦର୍ଶକ ଶ୍ରୀଯୁକ୍ତ ସେନାପତି ରକ୍ତଦାତାଙ୍କ ସମେତ ରକୃଭଣ୍ଡାରର କର୍ମଚାରୀ ଓ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ସ୍ବେଚ୍ଛାସେବୀ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବକୁ ବିଦ୍ୟାଳୟର ଅଧ୍ୟାପକ ତଥା କର୍ମଚାରୀ ସର୍ବଶ୍ରୀ ଦଶରଥ ସାହୁ, ଯଯାତି ସାହୁ, ମିତ୍ରଭାନୁ ମହାନ୍ତି, ସନ୍ଦୀପ କୁମାର ମହାନ୍ତି, କାହ୍ନୁ ଚରଣ ପଲେଇ ସମରେନ୍ଦ୍ର ମହାନ୍ତି, ରାଜୀବ ଲୋଚନ ରଥ, ଶୁଭାଶିଷ ମହାନ୍ତିଙ୍କ ସମେତ ମା' ବିମଳା ଜୁଏଲାରୀର, ସ୍ବାମପାଟଣାର ପ୍ରୋପାଇଟର ଜ୍ୟୋତି ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande