
ଜୟପୁର, ୧୪ ନଭେମ୍ବର (ହି.ସ.)- ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଯୁବ ରେଡ୍ କ୍ରସ ଏବଂ ଏନଏସଏସ ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା ଏହାକୁ ଉଦ୍ ଘାଟନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ରକ୍ତଦାନ କରିଥିଲେ । ଏହି ଅବସରରେ ଜୟପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ସମୁଦାୟ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଏଥିରେ ଯୁବ ରେଡକ୍ରସ୍ କାଉନସିଲର ଡ. ଉପାନନ୍ଦ ପାଣି, ଏନଏସଏସ ପ୍ରୋଗ୍ରାମ ଅଧିକାରୀ ସୁନୀତା କୁମାରୀ ପ୍ରଧାନ ଏବଂ ସୀମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ସମସ୍ତ କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀ ମାନେ ବିପୁଳ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି