
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମ ମଝି ସାହିର ମନୋଜ ମହାନ୍ତିଙ୍କ ଘର କବାଟ ଭାଙ୍ଗି ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ମନୋଜ ମହାନ୍ତିଙ୍କ ପରିବାର ଲୋକମାନେ ଧାନ କାଟିବା ପାଇଁ ବିଲକୁ ଯାଇଥିବା ବେଳେ ଦିନ୧୧ଟା ସମୟରେ ଦୁର୍ବୁତମାନେ ଏକ କାର ଯୋଗେ ଆସି ମନୋଜ ମହାନ୍ତିଙ୍କ ଘର ସମ୍ମୁଖରେ କାର ଠିଆ କରି ମନୋଜ ମହାନ୍ତି ଘରେ ପଶି ଘର ଭିତରେ ଥିବା ୨ଟି ସୁନା ଚେନ, ୩ ହଳ ସୁନା କାନଫୁଲ, ୨ ହଳ ରୂପା ପାଉଁଜି, ନଗଦ ୩ ହଜାର ଟଙ୍କା ନେଇ ଗାଡ଼ି ଯୋଗେ ଚୋର ମାନେ ଚମ୍ପଟ ମାରିଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ, ତାଙ୍କ ଘରକୁ କେହି କୁଣିଆ ଆସିଥିବ ଭାବି ନଜର ଦେଇ ନଥିଲୁ। ମନୋଜ ମହାନ୍ତିଙ୍କ ସ୍ତ୍ରୀ, ଦୁଇ ଝିଅ ବିଲରୁ ଧାନ କାଟି ସାରି ଘରକୁ ଫେରିଆସି ଦେଖିଲା ବେଳକୁ ତାଙ୍କର ଘର ବାହାର ଗେଟ୍ ତାଲା ଭଙ୍ଗା ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ଡ଼ାକିବା ସହିତ ପାଟଣା ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ସ୍ବରୂପ ରଞ୍ଜନ ନାୟକ ପହଞ୍ଚି ତଦନ୍ତ କରିବା ସହିତ ପାଟଣା ଥାନାରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA