୪ ଅନାଥଙ୍କୁ ସହାୟତାର ହାତ ବଢାଇଲେ ପୋଲିସ ପ୍ରଶାସନ
ଚମ୍ପୁଆ, 14 ନଭେମ୍ବର (ହି.ସ.) ମା ଛାଡି ଚାଲିଗଲା। ୪ ଜଣ କଅଁଳ ଛୁଆଙ୍କୁ ଧରି ବାପା ଭବିଷ୍ୟତର ସ୍ୱପ୍ନ ଦେଖାଉଥିବା ବେଳେ ଦଇବର କରାଳ ନିତିରେ ୯ ଦିନ ତଳେ ବାପ ରୋଗରେ ପିଡିତ ହୋଇ ମୃତୁ୍ୟ ବରଣ କରିବା ଦ୍ୱାରା ୪ ଜଣ ଶିଶୁ ଅନାଥ ହୋଇଗଲେ । ଏ ନେଇ ଖବର ପ୍ରକାଶ ପରେ ବିଭିନ୍ନ ମହଲରୁ ଏହି ଅସହାୟ ୪ ଭାଇ
୪ ଅନାଥଙ୍କୁ ସହାୟତାର ହାତ ବଢାଇଲେ ପୋଲିସ ପ୍ରଶାସନ


ଚମ୍ପୁଆ, 14 ନଭେମ୍ବର (ହି.ସ.) ମା ଛାଡି ଚାଲିଗଲା। ୪ ଜଣ କଅଁଳ ଛୁଆଙ୍କୁ ଧରି ବାପା ଭବିଷ୍ୟତର ସ୍ୱପ୍ନ ଦେଖାଉଥିବା ବେଳେ ଦଇବର କରାଳ ନିତିରେ ୯ ଦିନ ତଳେ ବାପ ରୋଗରେ ପିଡିତ ହୋଇ ମୃତୁ୍ୟ ବରଣ କରିବା ଦ୍ୱାରା ୪ ଜଣ ଶିଶୁ ଅନାଥ ହୋଇଗଲେ । ଏ ନେଇ ଖବର ପ୍ରକାଶ ପରେ ବିଭିନ୍ନ ମହଲରୁ ଏହି ଅସହାୟ ୪ ଭାଇ ଭଉଣୀଙ୍କ ପାଇଁ ସହାୟତାର ହାତ ବଢିବାରେ ଲାଗିଛି । ଆଜି ଚମ୍ପୁଆ ଥାନା ଅଧିକାରୀ ଏହି ଅସହାୟ ମାନଙ୍କ ପାଖରେ ପହଁଚି ଶୀତ ବସ୍ତ୍ର ଏବଂ ଚଳିବା ପାଇଁ ଆବଶ୍ୟକ ରାସନ ସାମଗ୍ରୀ ଯୋଗାଇ ଦେବା ସହିତ ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିବା ଏବଂ ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ସ୍ୱାନ୍ତନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗୋଧୂଳି ଗ୍ରାମର ୩ ଘରିଆ ସାହିର ପଟେଲ ନାଏକଙ୍କ ସ୍ତ୍ରୀ ବର୍ଷେ ତଳେ ୪ ଛୁଆଙ୍କୁ ଛାଡି ପଳାଇବା ପରେ ପଟେଲ ନାଏକ କୁଲି ମଜୁରୀ କରି ୪ ଛୁଆଙ୍କ ଦାୟିତ୍ୱ ବହନ କରି ଆସୁଥିଲେ । ମାତ୍ର ୯ ଦିନ ତଳେ ରୋଗଗ୍ରସ୍ଥ ଯୋଗୁଁ ପଟେଲ ନାଏକଙ୍କ ମୃତ୍ଯୁ ଘଟିବା ପରେ ବଡ ପୁଅ ଆକାଶ ନାଏକ(୧୭), ଲିତୁ ନାଏକ(୧୩), ମିକି ନାଏକ(୮), ବିଷ୍ଣୁ ନାଏକ(୭) ଅନାଥ ହୋଇଯାଇଛନ୍ତି । ଏପରିକି ବାପାଙ୍କ ସୁଦ୍ଧିକ୍ରିୟା କିପରି ହେବ ସେ ନେଇ ଚିନ୍ତାଗ୍ରସ୍ଥ ଥିବା ବେଳେ ସ୍ଥାନୀୟ କାଉନସିଲର ଛତ୍ରପତି ନାଏକଙ୍କ ଉପସ୍ଥିତିରେ ଥାନା ଅଧିକାରୀ ରମାକାନ୍ତ ମୁଦୁଲୀ ଏହି ସହାୟତା ପ୍ରଦାନ କରିବା ସହ ସୁଦ୍ଧିକ୍ରିୟା ପରେ ସି.ଡବ୍ଲ୍ୟ.ସି ଓ ଡିସିପିଓଙ୍କୁ ଏହି ଅନାଥଙ୍କ ଥଇଥାନ ପାଇଁ ଅବଗତ କରାଯିବ ବୋଲି ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande