
ଗଞାମ, ୧୪ ନଭେମ୍ବର (ହି.ସ.)- ପିତଳ ପ୍ରଥମ, ଚାରି, ତିନି ଓ ଛଅ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ମିଳିତ ଭାବେ ଚାଚା ନେହରୁଙ୍କ ଜନ୍ମ ଉତ୍ସବ ପାଳିତ ହୋଇଛି। ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ନବ ଭାରତର ନିର୍ମାତା ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜଵାହାର ଲାଲ ନେହେରୁ। ସେ ଶିଶୁ ମାନଙ୍କୁ ଖୁବ ଭଲ ପାଉଥିଲେ ଵୋଲି ଉଦଵୋଧନ ଦେଇଥିଲେ। ଏହାପରେ ଅଙ୍ଗନବାଡି କର୍ମୀ ଓ ଶିଶୁ ମାନଙ୍କ ଦ୍ୱ।ରା ଶିଶୁ ଦିବସ ଓ କୋଟିଏ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ଏ ସୁଜାତା, ନମିତା ବେହରା,ବାସନ୍ତି ସାହୁ, ଶ୍ରୀନା ପାଢୀ, ନମିତା ପଲେଇ, ଅମ୍ବିକା ସାହୁ ପ୍ରମୁଖ ଶିଶୁମାନଙ୍କ ସ଼ହ ଗୀତନୃତ୍ଯ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ