ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁଦିବସ ପାଳିତ
ପଟ୍ଟାମୁଣ୍ଡାଇ, ୧୪ ନଭେମ୍ବର (ହି.ସ.)- ଆଜି ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ପୋଖରିଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲୁକ୍ ଆଇନ ସେବା ସମିତି, ପଟ୍ଟାମୁଣ୍ଡାଇ ତରଫରୁ ଶିଶୁଦିବସ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ର ଅଧ୍ୟକ୍
Taluk aini ra sishu dibas


ପଟ୍ଟାମୁଣ୍ଡାଇ, ୧୪ ନଭେମ୍ବର (ହି.ସ.)- ଆଜି ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ପୋଖରିଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲୁକ୍ ଆଇନ ସେବା ସମିତି, ପଟ୍ଟାମୁଣ୍ଡାଇ ତରଫରୁ ଶିଶୁଦିବସ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ସଭାପତିତ୍ବରେ ପ୍ୟାନେଲ ଆଡଭୋକେଟ ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ସିଭିଲ୍ ଜଜ୍ ତଥା ଜେଏମଏଫସି ବିଦୁତଲତା ପ୍ରଧାନ ଆଡିସୀନାଲ ସିଭିଲ ଜଜ୍ ତଥା ଜେଏମଏଫସି ଡି.କେ. ଵାଲକ୍ରିଷ୍ଣନ୍, ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରକିଶୋର ସାହୁ, ପଟ୍ଟାମୁଣ୍ଡାଇ ଵାର୍ ଆସୋସିଏସନ୍ ର ସେକ୍ରେଟାରୀ ରବୀନ୍ଦ୍ର କୁମାର ଦାଶ, ରିଟେନର ଗୀତାଞ୍ଜଳୀ ପୃଷ୍ଟି, ବରିଷ୍ଠ ଆଇନଜୀବି ହୃଦାନନ୍ଦ ମହାନ୍ତି, ବିଜୟ କୁମାର ରାଉତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଅଜୟ କୁମାର ସ୍ୱାଇଁ, ମନୋରଞ୍ଜନ ଦାସ ଶିକ୍ଷୟତ୍ରୀ ସଞ୍ଜୁପ୍ରଭା ବିଶ୍ଵାଳ, ମଧୁସ୍ମିତା ପରିଡା, ଆରତୀ ଦାସ, କବିତା ସାହୁ ଓ ଛାତ୍ର ଛାତ୍ରୀ, ଲିଗାଲ ଏଡ଼ ର ସମସ୍ତ କର୍ମକର୍ତା ସେକ୍ରେଟାରୀ ଅପର୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା, ସୁଧାଂଶୁ ଲେଙ୍କା, ଅମରେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବିଚାରପତିମାନେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଵାହାରଲାଲ୍ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ପରେ ବିଦ୍ୟାଳୟର ପିଲାମାନଙ୍କ ତରଫରୁ ଆତିଥେୟତା ଓ ଅତିଥି ବନ୍ଦନା ନୃତ୍ୟ ପରିବେଷଣ ସହିତ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଶିଶୁଦିବସ ପାଳିତ ହୋଇଥିଲା। ବିଦ୍ୟାଳୟର ଛାତ୍ରୀମାନେ ଶିଶୁଦିବସରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲେ। ତାଲୁକ ଆଇନ ସେବା ସମିତି ତରଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା, ଗୀତ ଓ ନୃତ୍ୟ କମ୍ପିଟିସନ୍ କରାଯାଇଥିଲା । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରିୟଙ୍କା ସାମଲ ପ୍ରଥମ, ଆଦିତ୍ୟ ସ୍ୱାଇଁ ଦ୍ବିତୀୟ ଓ ଇପ୍ସିତା ଖଣ୍ଡାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଙ୍ଗ କମ୍ପିଟିସନ୍ ରେ ପିୟୁସ ପାତ୍ର ପ୍ରଥମ, ଯୋତ୍ରିମୟୀ ରାଉଳ ଦ୍ଵିତୀୟ ଓ ସୁଦୀପ୍ତ ଗିରି ତୃତୀୟ ସ୍ଥାନ ଓ ନୃତ୍ୟ ପ୍ରତିଯୋଗିତାରେ ଇପ୍ସିତା ଖଣ୍ଡାଇ ପ୍ରଥମ, ଆରପିସାନି ସାହୁ ଦ୍ବିତୀୟ, ଲକ୍ଷ୍ମୀପ୍ରିୟା ଦାଶ ତୃତୀୟ ହାସଲ କରିଥିଲେ।

ସମସ୍ତ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପ୍ରୁଷ୍ଟି, ବିଚାରପତି ବିଦ୍ୟୁତଲତା ପ୍ରଧାନ ଓ ବିଚାରପତି ଡି.କେ.ବାଲକ୍ରିଷ୍ଣନ୍ ପୁରସ୍କାର ବିତରଣ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସୁଜାତା ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande