ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ, ସେଣ୍ଟ ଜାଭିଅର ସ୍କୁଲରେ ଶିଶୁଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ମେଳା
ମାଲକାନଗିରି, ୧୪ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ଠାରେ ଥିବା ସେଣ୍ଟ ଜାଭିଅର ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ବ
ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଆଡ଼ମ୍ବର ସହ ଶିଶୁ ଦିବସ ପାଳିତ, ସେଣ୍ଟ ଜାଭିଅର ସ୍କୁଲ ରେ ଶିଶୁ ଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ମେଳା।


ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଆଡ଼ମ୍ବର ସହ ଶିଶୁ ଦିବସ ପାଳିତ, ସେଣ୍ଟ ଜାଭିଅର ସ୍କୁଲ ରେ ଶିଶୁ ଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ମେଳା।


ମାଲକାନଗିରି, ୧୪ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ଠାରେ ଥିବା ସେଣ୍ଟ ଜାଭିଅର ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ପ୍ରିନ୍ସପାଲ ନବ କିଶୋର ସରକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶୁଶ୍ରୀ ପ୍ରମିଳା ମାଝୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ବିଦ୍ୟାଳୟର ଚେୟାରମ୍ୟାନ ମୋହନ ଚନ୍ଦ୍ର ପାଢ଼ୀ ଓ ମୁଖ୍ୟଵକ୍ତା ଭାବେ ବିଶିଷ୍ଟ ସମାଜସେବୀ ରତ୍ନାକର ଦାଶ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଶୁ ଉତ୍ସବ ଓ ପାରମ୍ପରିକ ଖାଦ୍ୟ ମେଳାକୁ ଉଦଘାଟନ କରିଥିଲେ। ପ୍ରଥମେ ଚାଚା ନେହୁରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।

ଆଜିର ଶିଶୁ କାଲିର ସୁ ନାଗରିକ, ଶିଶୁ ହସିଲେ ଦୁନିଆ ହସିବ, ସମସ୍ତ ଶିଶୁ ଚାଚା ନେହୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମଞ୍ଚ।ସିନ ଅତିଥି ମାନେ ପରାମର୍ଶ ଦେଇଥିଲେ। ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯଥା ନୃତ୍ୟ ପ୍ରତିଯୋଗିତା, ବକୃତl ପ୍ରତିଯୋଗିତା, ଗାୟନ ପ୍ରତିଯୋଗିତା, ଶିକ୍ଷା ପାଇଁ ବ୍ୟବହୃତ ସାମଗ୍ରୀ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା l ପିଲାମାନଙ୍କ ଦ୍ୱାରା ଆୟୋଜିତ ଫୂଡ଼ କୋର୍ଟ ସମସ୍ତଙ୍କୁ ବିଶେଷ ଆକର୍ଷଣ କରିଥିଲା l ଛାତ୍ରଛାତ୍ରୀ ମାନେ ନିଜେ ହାତ ତିଆରି ପାରମ୍ପରିକ ବ୍ୟଞ୍ଜନ ସାମଗ୍ରୀର ପସରା ଏହି ଫୂଡ଼ କୋର୍ଟରେ ପ୍ରଦର୍ଶନ କରିଥିଲେ l ଅତିଥି ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ମାନେ ଏହି ସୁସ୍ୱାଦୁ ବ୍ୟଞ୍ଜନର ଆନନ୍ଦ ନେଇଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ସଙ୍ଗୀତା ତିଆଡ଼ି କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ରୀନା ସେଠୀ, ଅର୍ପିତା କୁଣ୍ଡୁ, ସରିତା ହରିଜନ, ଶିଳ୍ପା ଶିକଦାର, ଦୀପା ମଣ୍ଡଳ, ତୁଷାର ବାନାର୍ଜି, ସୋମା ଲୀନା ପାତ୍ର, ସୁଜ୍ଞାନୀ ଦେବ ସର୍ମା, ରଶ୍ମିତା ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହାକୁମା ସରସ୍ୱତୀ ଶିଶୁ ମନ୍ଦିର, ପରିବର୍ତନ ଶିଶୁ ଗୃହ, କୋରକୁଣ୍ଡା ନୀଳାଞ୍ଚଳ ଆଦିବାସୀ ସେବାଶ୍ରମ, ଚିତ୍ରକୋଣ୍ଡା ଵନବାସୀ ସେବାଶ୍ରମ, ଖଇରପୁଟ ଜୟ ଚିଲଡ୍ରେନ୍ସ ହୋମ ଶିଶୁ ଗୃହରେ ଶିଶୁ ଦିବସ ପାଳିତ ହୋଇଛି। ଅନ୍ତେବାସୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଦର ମହକୁମା ଠାରେ ଥିବା ଆଓମା ଗୁରୁକୁଳରେ ଶିଶୁ ଦିବସ ଅବସରରେ ଆତ୍ମରକ୍ଷା ରଣ କୌଶଳ ସାଙ୍ଗକୁ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande