
ଜୟପୁର, ୧୪ ନଭେମ୍ବର (ହି.ସ.)-
ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗରରେ ଶିଶୁଦିବସ ସହଭୋଜ ଏବଂ ଶିଶୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦୁର୍ଗା ପ୍ରସାଦ ଦାଶ ଉପସ୍ଥିତ ଥିଲେ l ( ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ) ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଅତି ଆନନ୍ଦରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଶିଶୁଦିବସ ବିଷୟରେ କିଛି ବୌଦ୍ଧିକ ତଥ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ଆଧାର ସ୍ତରର (ଅରୁଣରୁ ୨ୟ) ଶିଶୁ ଭାଇ ଭଉଣୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ରଙ୍ଗର ଫୁଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ, ପ୍ରସ୍ତୁତି ସ୍ତର ( ୩ୟ ରୁ ୫ମ )ଶିଶୁ ଭାଇ ଭଉଣୀ ମାନଙ୍କ ନିମନ୍ତେ ଅମୃତ କଳସ କାର୍ଯ୍ୟକ୍ରମ, ମଧ୍ୟ ସ୍ତର (୬ ରୁ ୮ ମ) ଶିଶୁ ଭାଇ ଭଉଣୀ ଟାଉନ୍ ଥାନା, ପଞ୍ଚାୟତ ସମିତି ଭ୍ରମଣ ଏବଂ ମାଧ୍ୟମିକ ସ୍ତର (୯ମ ରୁ ୧୦ମ ) ଶିଶୁ ଭାଇ ଭଉଣୀ ମାନଙ୍କ ଘୋଷ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶିଶୁଙ୍କ ଆନନ୍ଦ ନିମନ୍ତେ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ଆଧ୍ୟାତ୍ମିକ ସିନେମା ଦେଖାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଶିଶୁ ଭାଇ ଭଉଣୀ ସହଭୋଜ କରି ଘରକୁ ପ୍ରସ୍ଥାନ କରିଥିଲେ l ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ଆନନ୍ଦରେ ପାଳିତ ହୋଇଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି