
କେନ୍ଦୁଝର, 14 ନଭେମ୍ବର (ହି.ସ.)
ସିଟିଜି ଫାଉଣ୍ଡେସନ ଦ୍ବାରା ପ୍ରତିଷ୍ଠିତ ସିଟିଜି ଗ୍ଲୋବାଲ ସ୍କୁଲ, ସିଟିଜି ବିଦ୍ୟାମନ୍ଦିରରେ ଏବଂ କେନ୍ଦୁଝର ହାୟିର୍ ସେକେଣ୍ଡାରୀ ସ୍କୁଲରେ ଶିଶୁ ଦିବସ ବଡ଼ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସିଟିଜି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରୋଟାରୀୟନ ଡ଼.ରାଜେନ୍ଦ୍ର ପଲେଇ, ଅଧ୍ଯକ୍ଷ ମାନସ ରଞ୍ଜନ ମହାପାତ୍ର ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫୋଟୋରେ ପୁଷ୍ପମାଲ୍ୟ,ଧୂପ, ଦୀପ, ଚନ୍ଦନ,ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭହୋଇଥିଲା। ଶ୍ରୀ ମହାପାତ୍ର ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ପିଲାମାନଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇ ଶିଶୁ ଦିବସ ପାଳନର ଲକ୍ଷ୍ୟ,ଗୁରୁତ୍ଵ ଏବଂ ଆଭିମୁଖ୍ୟ ବିଷୟରେ ନିଜର ଅଭିଭାଷଣ ରଖୁଥିଲେ। ଚେୟାରମ୍ୟାନ ଶ୍ରୀ ପଲେଇ ପିଲାମାନେ ବାପା,ମା, ଶିକ୍ଷକ,ଗୁରୁଜନମନଙ୍କ ଉପଦେଶକୁ ଗ୍ରହଣ କରି ଆଗକୁ ଚାଲିଲେ ନିଶ୍ଚିତ ସଫଳଗାମି ହେବେ ବୋଲି ତାଙ୍କ ବକ୍ତବ୍ୟ ରଖୁଥୁଲେ। ନିରନ୍ତର ପ୍ରେଚେଷ୍ଟା କରି ନିଯ ପ୍ରତିଭା ବିକଶିତ କରି ଜଣେ ଜଣେ ପ୍ରତିଭାବାନ ନାଗରିକ ହୋଇପାରିବେ ଯାହାଦ୍ବାରା ମାନବସମ୍ବଳର ବିକାଶ ହୋଇପାରିବ – ବୋଲି ମତପ୍ରକାଶ କରିଥିଲେ।ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଶିଶୁ ଦିବସର ତାତ୍ପର୍ଯ୍ୟ ଏବଂ ନେହେରୁଙ୍କ ଜୀବନ ଦର୍ଶନ,ଭାରତର ସ୍ବାଧନତା ସଂଗ୍ରାମରେ ତାଙ୍କର ଭୂମିକା ବିଷୟରେ କିଛି ଘଟଣା ଏବଂ ତଥ୍ୟ ପିଲାମାନଙ୍କୁ ଜଣାଇଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ଶିଶୁ ଦିବସ ପାଳନର ଗୁରୁତ୍ବ ଏବଂ ଏହାର ପ୍ରଭାବ ବିଷୟରେ ନିଜ ନିଜର ବକ୍ତବ୍ୟ ରଖୁଥିଲେ। ଏହା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ସୁଗମ ଗମ ସଙ୍ଗୀତ ପରିବେଷଣ କରାଯାଇଥିଲା। ଇଂରାଜୀ ବିଭାଗର ଅଧ୍ୟାପିକା ଆୟୁଷୀ ପାଲ୍, ଅଧ୍ୟାପକ ଶଶିକାନ୍ତି କାର୍ଯ୍ୟକ୍ରମ ପରିଚାଳନ କରିଥିଲେ।ବାଣିଜ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ନିକିତା ପଲେଇ ଧନ୍ୟବାଦ୍ ଅର୍ପଣ କଲାପରେ ସଭାକା ସମାପନ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶୁଭମ୍ କୁମାର, ଜୟପ୍ରକାଶ,ସତ୍ୟମ୍ ଦାସ, ଦେବଯାନୀ ଦାସ ଏବଂ ମମତା ଜେନା ଆପ୍ରାଣ ଉଦ୍ୟମ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA