
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ ତଳ ଜନ୍ମାରି ଗ୍ରାମ ପାଖରେ ଓଲଟି ପଡ଼ିଛି ଚୋରା ବଳଦ ନେଇ ଯାଉଥିବା ପିକଅପ ଭ୍ୟାନ। ଗାଡ଼ିରେ ଦୁଇ ଗୋଟି ବଳଦ ଚାପି ହୋଇ ମରିଯାଇଥିବା ବେଳେ ଗୋଟେ ବଳଦ ଗାଡ଼ି ପାଖରେ ଛିଡ଼ା ହୋଇଛି । ଲୋକଙ୍କ କହିବା କଥା ପ୍ରତ୍ୟେକ ଦିନ ଦ୍ରୁତ ଗତିରେ ଚୋରା ବଳଦ ଗାଡି ଏହି ରାସ୍ତାରେ ଯାଉଛି । ପୋଲିସ ଅଧିକାରୀ ରାତିରେ ପେଟ୍ରୋଲିଙ୍ଗ କଲେ, ହୁଏତ ଏହାକୁ ରୋକି ହୁଅନ୍ତା। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ କୌଣସି ପୋଲିସ ଅଧିକାରୀ ପହଞ୍ଚି ନାହାନ୍ତି। ଏପରି ବେଆଇନ୍ ଗୋରୁଗାଈ ଚୋରା ଚାଲାଣକାରୀ ଦୁର୍ବୁତ୍ତମାନଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA