ଇଣ୍ଟର ସ୍କୁଲ କ୍ରିକେଟ ଚୟନ ପ୍ରତିଯୋଗୀତା
ଜୟପୁର, 14 ନଭେମ୍ବର (ହି.ସ.)ଜୟପୁର ଦଶହରା ପଡ଼ିଆ ଓ କଲେଜ ପଡିଆ ପରିସରରେ କୋରାପୁଟ ଜିଲ୍ଲା ଇଣ୍ଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ର ତୃତୀୟ ଦିବସରେ ରେଡ ଓ ବ୍ଲୁ ଦଳ ବିଜୟୀ ହୋଇଛନ୍ତି। ସମୁଦାୟ ୪ଟି ଦଳକୁ ନେଇ ହେଉଥିବା ପ୍ରତିଯୋଗୀତା ମାଧ୍ୟମରେ ୬୦ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି। ଆଜିର ପ୍ରଥ
ଇଣ୍ଟର ସ୍କୁଲ କ୍ରିକେଟ ଚୟନ ପ୍ରତିଯୋଗୀତା


ଜୟପୁର, 14 ନଭେମ୍ବର (ହି.ସ.)ଜୟପୁର ଦଶହରା ପଡ଼ିଆ ଓ କଲେଜ ପଡିଆ ପରିସରରେ କୋରାପୁଟ ଜିଲ୍ଲା ଇଣ୍ଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ର ତୃତୀୟ ଦିବସରେ ରେଡ ଓ ବ୍ଲୁ ଦଳ ବିଜୟୀ ହୋଇଛନ୍ତି। ସମୁଦାୟ ୪ଟି ଦଳକୁ ନେଇ ହେଉଥିବା ପ୍ରତିଯୋଗୀତା ମାଧ୍ୟମରେ ୬୦ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି।

ଆଜିର ପ୍ରଥମ ମ୍ୟାଚ ରେଡ୍‌ ଦଳ ଓ ଅରେଞ୍ଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅରେଞ୍ଜ ଦଳ ଦଳ ପ୍ରଥମେ ବ୍ୟାଟି˚ କରି ୧୬.୧ଓଭରରେ ୪୨ ରନ କରି ଅଲଆଉଟ ହୋଇଯାଇଥିଲେ। ରେଡ୍‌ ଦଳ ୮.୩ ଓଭରରେ ବିନା ଵିକେଟ ହରାଇ ୪୪ ରନ ସ˚ଗ୍ରହ କରିଥିଲେ। ରେଡ୍‌ ଟିମର ଶୁଭ୍ରା˚ଶୁ ଷଡଙ୍ଗୀ ୪ଟି ଵିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚକୁ ବାବୁଲା ରାଉତ, ରବି ନାୟକ,ବାପି ପରିଡା, ବଳରାମ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। ଏମ୍ପାୟାର ଭାବେ ଶୁଭମ ସି˚,ରୋସନ ବେହେରା, ସ୍କୋରର ଭାବେ ଏସ.ଗୌରବ,ସୁଭମ ସ୍ବାଇଁ ଉପସ୍ଥିତ ଥିଲେ। ସେହିପରି ଦ୍ବିତୀୟ ମ୍ୟାଚ ୟେଲୋ ଓ ବ୍ଲୁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୟେଲୋ ଦଳ ପ୍ରଥମେ ବ୍ୟାଟି˚ କରି ୩୦.୪ ଓଭରରେ ସମସ୍ତ ଵିକେଟ ହରାଇ ୧୯୬ ରନ ସ˚ଗ୍ରହ କରିଥିବା ବେଳେ ବ୍ଲୁ ଦଳ ୩୫ ଓଭରରେ ୮ଟି ଵିକେଟ ହରାଇ ୧୯୭ ରନ ସ˚ଗ୍ରହ କରିଥିଲେ। ବ୍ଲୁ ଦଳ ପକ୍ଷରୁ ବି. ସାଇ ସ୍ବରୁପ ୪୮ ରନ ସ˚ଗ୍ରହ କରିଥିବା ବେଳେ ନୈତିକ ଏନ. ବେହେରା ୫ଟି ଵିକେଟ ଅକ୍ତିଆର କରିଥିଲେ। ସ୍କୋରର ଭାବେ ବିକ୍ରମ ମହାପାତ୍ର, ଅକ୍ଷୟ କୁମାର ପ୍ରଧାନୀ ଓ ଅମ୍ପାୟର ଭାବେ ପ୍ରିୟ ରଞ୍ଜନ ପାତ୍ର ଉପସ୍ଥିତ ଥିଲେ। ଏହି ଚୟନ ପ୍ରକିୟାରେ ଯୋଗ୍ୟ ବିବେଚିତ ହେବା ଟିମ ଆସନ୍ତା ୨୦ ତାରିଖରେ କଟକ ଠାରେ ହେବାକୁ ଥିବା ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande