ଧାମରାରେ ବିଜେପିର ବିଜୟ ଉତ୍ସବ
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ନୂଆପଡା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ବିଜୟ ଏବଂ ବିହାର ବିଧାନ ସଭାରେ ବିଜେପିକୁ ବହୁମତ ହାସଲ ହୋଇଥିବା ପରିପ୍ରେକ୍ଷୀରେ ଧାମରା ଅଂଚଳରେ ବିଜେପି ଦଳ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ବିଶାଳ ବାଇକ ରାଲି ଧାମରାରୁ ବାହାର
ଧାମରାରେ ବିଜେପିର ବିଜୟ ଉତ୍ସବ


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ନୂଆପଡା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ବିଜୟ ଏବଂ ବିହାର ବିଧାନ ସଭାରେ ବିଜେପିକୁ ବହୁମତ ହାସଲ ହୋଇଥିବା ପରିପ୍ରେକ୍ଷୀରେ ଧାମରା ଅଂଚଳରେ ବିଜେପି ଦଳ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ବିଶାଳ ବାଇକ ରାଲି ଧାମରାରୁ ବାହାରି ବାଂଶଡା, ଦୋସିଙ୍ଗା, ଜାଗୁଳା ଏବଂ କଇଥଖୋଲା ପଂଚାୟତ ଅତିକ୍ରମା କରିଥିଲା। ପରେ ଧାମରା ବଜାର ଠାରେ ଏକ ପଥପ୍ରାନ୍ତ ସଭା ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ହୋଇଥିବା ସଭାରେ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଡାକରାରେ ଦଳମତ ନିର୍ବିଶେଷରେ କେବଳ ଓଡିଶାର ନୂଆପଡା ଉପ ନିର୍ବାଚନ ନୁହେଁ ବିହାର ବିଧାନସଭା ନିର୍ବାଚନରେ ବିଜେପି କୁ ବିପୁଳ ସଂଖ୍ୟାରେ ଭୋଟ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଞାପନ କରିଥିଲେ। ଆଜି ହୋଇଥିବା ବାଇକ ରାଲି ଏବଂ ପଥପ୍ରାନ୍ତ ସଭାରେ ଦେବେନ୍ଦ୍ର ନାୟକ, ଟୁଲୁ ପ୍ରଧାନ, ପାପା ଜେନା,ଅତୁଲ ଜାନା,ପିତାମ୍ବର ଦାସ, ସୁବାଶ ଦାସ, ରୁଦ୍ର ମହାନ୍ତି, ରମେଶ ବାରିକ, ଅପୁ ଭାଇ, ସୁନାକର ଜେନା, ରତି ଜେନା, ମାନସ ନାୟକଙ୍କ ସମେତ ଧାମରା, ଦୋସିଙ୍ଗା , କଇଥଖୋଲା, ଜାଗୁଳା, କରଞମାଳ, କରଣପଲ୍ଲୀ, ପଂଚୁଟିକ୍ରି ଏବଂ ବାଂଶଡା ପଂଚାୟତର ଶତାଧିକ ବିଜେପି କର୍ମୀ ସାମିଲ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande