
କୋରାଇ, ୧୪ ନଭେମ୍ବର(ହି.ସ.) – ପାଣିକୋଇଲିସ୍ଥିତ ଡିଭାଇନ କୋଂଚି ସେଂଟରରେ ଆଜି ଶିଶୁ ଦିବସ ପାଳିତ ହୋଇଛି । ଏହି ଅବସରରେ କୋଂଚି ସେଂଟରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ, ବକ୍ତୃତା, କୁଇଜ ପ୍ରତିଯୋଗୀତା କରାଯାଇଥିଲା । କୃତୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ଉତ୍ସବ ସଭାରେ କୋଂଚି ସେଂଟରର ଉପଦେଷ୍ଟା ତାରିଣୀ ପ୍ରସାଦ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ, ଅଧ୍ୟାପକ ଅଭିଜିତ ଷଡଂଗୀ, ଜ୍ୟୋତିଷ କୁମାର ବେହେରା, ସମ୍ଭାବନା ସାହୁ, ଏøଶ୍ୱର୍ଯ୍ୟା ରାଉତ, ଦେବାଶିଷ ଶତପଥ ପ୍ରମୁଖ ଯୋଗଦେଇ ଶିଶୁ ଦିବସର ତାତ୍ପର୍ଯ୍ୟ ସର୍ମ୍ପକରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିବା ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅଧ୍ୟାପିକା ସୋନାଲି ପ୍ରୀୟଦର୍ଶନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି