
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି, ଯାଦବ ମହାସଭା ଓ ଆତ୍ମଧର୍ମ ପରିବାରର କେତେକ ବରିଷ୍ଠ ନେତୃବୃନ୍ଦଙ୍କ ଉଦ୍ୟମରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ କେନ୍ଦୁଝରଗଡ ସିଦ୍ଧ ମଠରେ ଭାଗବତ ଭଗବାନଙ୍କ ପୂଜାର୍ଚ୍ଚନା କରି ଶ୍ରୀମଦ୍ ଆତ୍ମଗୀତା, ଭଗବଦ୍ ଗୀତା ଓ ଭାଗବତ ମହାପୁରାଣ ପାରାୟଣ, ୧୦୮ ହନୁମାନ ଚାଳିଶା ଯଜ୍ଞ ତଥା ଭଜନ କୀର୍ତ୍ତନ କରଯାଇଥିଲା । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି, ଆତ୍ମଧର୍ମ ମହାସଂଘ ଆଞ୍ଚଳିକ କମିଟି ସଭାପତି ତଥା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ୭୮ତମ ସ୍ଵନକ୍ଷତ୍ର ଦିବସ ଅବସରରେ ଉପଢ଼ୌକନ ଏବଂ ଉପହାର ପ୍ରଦାନ ପୂର୍ବକ ଜନ୍ମ ଦିବସ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ମଙ୍ଗଳ କାମନା କରି ହନୁମାନଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରିଅଛନ୍ତି।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯାଦବ ସମାଜ, ଭାଗବତ ପରିବାର ତଥା ଆତ୍ମଧର୍ମ ପରିବାରର ଭାଇ ଭଉଣୀ ମାନଙ୍କୁ ଆଚାର୍ଯ୍ୟ ଦାଶରଥି ପ୍ରଧାନ ଗୀତା, ଭାଗବତ ,ହନୁମାନ ଚାଳିଶା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ, ଉପ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ଅକ୍ଷୟ ଦାସ, ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ଦଶରଥ ବାରିକ, ଉପସଭାପତି ମାର୍କଣ୍ଡ ଗିରି, ସମ୍ପାଦକ ରଞ୍ଜନ ବାରିକ , ସଂଗଠନ ସମ୍ପାଦକ ଜିତେନ୍ଦ୍ର ବେହେରା, ବ୍ଲକ ପ୍ରତିନିଧି ଦେବଦତ୍ତ ଗିରି, ପ୍ରଣବ କବି, ମାୟାଧର ବାରିକ, ଲାଲୁ ଗିରି,ଶୁକ ମହାକୁଡ, ଭାଗବତ ପରିବାରର ଜଗନ୍ନାଥ ଜେନା, ଧୃବାନନ୍ଦ ରାଉତ, ଭଜ ବେହେରା, ପୁରୁଷୋତ୍ତମ ଜେନା,ପ୍ରସନ୍ନ କୁମାର ଦାସ,ପୂର୍ଣ୍ଣ ପଲେଇ, ପାରେଶ୍ୱର୍ ବେହେରା, ଅଖଣ୍ଡଳ ମହାକୁଡ, ଅଧିକାରୀ ବାରିକ୍, ଆକୁଳୀ ଚକ୍ର, ଅଧିକାରୀ ବେହେରା ,ଚକ୍ରଧର ବାରିକ୍ , ଶୋଭନା ଜେନା ଏବଂ ଆତ୍ମଧର୍ମ ପରିବାରର ଦୁର୍ଗା ସାହୁ, ଭଜ ବେହେରା, ଅଭୟ ସାହୁ ଏବଂ ସାମ୍ବାଦିକ କବିନ୍ଦ୍ର ରାଉତ, ସନ୍ତୋଷ ମହାପାତ୍ର ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA