ଜିଏମୟୁ ଦର୍ଶନ ଶାସ୍ତ୍ର ବିଭାଗରେ ସମାବେଶ ଓ ସମ୍ପାନ
ଜିଏମୟୁ ଦର୍ଶନ ଶାସ୍ତ୍ର ବିଭାଗରେ ସମାବେଶ ଓ ସମ୍ପାନ
ଜିଏମୟୁ ଦର୍ଶନ ଶାସ୍ତ୍ର ବିଭାଗରେ ସମାବେଶ ଓ ସମ୍ପାନ


ଜିଏମୟୁ ଦର୍ଶନ ଶାସ୍ତ୍ର ବିଭାଗରେ ସମାବେଶ ଓ ସମ୍ପାନ


ସମ୍ବଲପୁର, ୧୪ ନଭେମ୍ବର (ହି.ସ.) ସମ୍ବଲପୁରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଜିଏମୟୁର ଦର୍ଶନ ଶାସ୍ତ୍ର ବିଭାଗ ଆନୁକୁଲ୍ୟରେ ଆଜି ଆତ୍ମ ଯତ୍ନ ଓ ଚିକିତ୍ସାର ମାଧ୍ୟମ ଭାବରେ ଦର୍ଶନ ଶୀର୍ଷକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଭାଗୀୟ ମୁଖ୍ୟ ଡ଼. ଶୁଭଙ୍କରୀ ପତି ପରିଚାଳନା ତଥା ଅଧ୍ୟାପକ ଜେମ୍ରିକ ଏକ୍କା ସଂଯୋଜନା କରିଥିଲେ। ଏହି ବୌଦ୍ଧିକ ସମ୍ପାନ ରେ ସମ୍ମାନୀତ ଅତିଥି ତଥା ବକ୍ତା ଭାବରେ କଟକ ର ଜେକେବିକେ ମହାବିଦ୍ୟାଳୟ ଅବସରପ୍ରାପ୍ତ ସହଯୋଗୀ ପ୍ରଫେସର ନାରାୟଣ ମହାନ୍ତି ଓ ରମାଦେବୀ ବିଶ୍ଵବିଦ୍ୟାଳୟ ର ଅବସରପ୍ରାପ୍ତ ସହଯୋଗୀ ପ୍ରଫେସର ଡ଼. ସଚ୍ଚିନ୍ଦ୍ର ରାଉଳ ଯୋଗ ଦେଇଥିଲେ । କଟକ ଜେକେବିକେ କଲେଜର ଅବସର ପ୍ରାପ୍ତ ସହଯୋଗୀ ପ୍ରଫେସର ନାରାୟଣ ମହାନ୍ତି ସମ୍ମାନିତ ଅତିଥି ଭାବରେ କହିଲେ ଯେ, ସୁଭାଷ ଚନ୍ଦ୍ର ବୋଷ ଙ୍କ ଚିନ୍ତାଧାରା ରେ ତାଙ୍କ ଗୁରୁ ବେଣୀ ମାଧବ ଦାସ ଙ୍କ ପ୍ରଭାବ, ମୋହିନୀ ମୋହନ ସେନାପତି ଙ୍କ ଦୋଷୀ ଦୋଷ ଅପରାଧ ବିଚାର, ସାମଗ୍ରିକ ଜ୍ଞାନ ର ଉତ୍ସ ଭାବରେ ଦର୍ଶନ ଶାସ୍ତ୍ର ସ୍ଥାନ, ଏହି ଶିକ୍ଷାନୁଷ୍ଠାନ ରେ ଦର୍ଶନ ରେ ପିଜି ଶ୍ରେଣୀ ଖୋଲିବାରେ ବିଚାରପତି ଆର୍. ସି ପଟ୍ଟନାୟକ ଙ୍କ ର ଭୁମିକା,ଓଡିଆ ସାହିତ୍ୟ ର ଦାର୍ଶନୀକ ଭିତ୍ତି, ଓ ବ୍ୟକ୍ତି ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ର ମୁଖ୍ୟଵକ୍ତା ରମାଦେବୀ ବିଶ୍ଵବିଦ୍ୟାଳୟ ର ପୂର୍ବତନ ପ୍ର.ସଚିନ୍ଦ୍ର ରାଉଳ କହିଲେ ଯେ. ମଣିଷ ତିଆରି ଓ ବ୍ୟକ୍ତିତ୍ଵ ର ବିକାଶ ରେ ଦର୍ଶନ ଶାସ୍ତ୍ର ର ଭୁମିକା, ମଣିଷ କୁ ଭଲ ମନ୍ଦ ର ବିଚାର କରିବାର ବାଟ ଦେଖାଇବାରେ ଦର୍ଶନ ଶାସ୍ତ୍ର ର ଗୁରୁତ୍ୱ, ବିବେକାନନ୍ଦ ସହିତ ନେତାଜୀଙ୍କ ଙ୍କ ସମ୍ପର୍କ,ନେତାଜୀ ଙ୍କ ଜୀବନ ରେ ଦର୍ଶନ ଶାସ୍ତ୍ର ର ପ୍ରଭାବ, ଗଙ୍ଗାଧର ମେହେର ଙ୍କ କବିତା ରେ ବାର୍ତ୍ତା, ଭାଷାର ଗୁରୁତ୍ଵ ଓ ରାଜ୍ୟ ର ଦ୍ୱିତୀୟ ଦର୍ଶନ ପିଜି ବିଭାଗ ଭାବରେ ଜିଏମୟୁ ର ଭୁମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସର ରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅଧ୍ୟାପକ ଏସ୍ କେ ନିଜାମୁ୍ତାଲା ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande