ନିପୀଡିତ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ଶିଶୁଦିବସ ପାଳନ
INIPIDIT Observed Children's Day
ନିପୀଡିତ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ଶିଶୁଦିବସ ପାଳନ


କନ୍ଧମାଳ, ୧୪ ନଭେମ୍ବର (ହି.ସ.)-

ପୁରାତନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନିପୀଡିତ ଏକ ଅଭିନବ ଉପାୟରେ ଶିଶୁ ଦିବସ ପାଳନ କରିଛି। ଏହି ସଂସ୍ଥା ଦିବ୍ୟାଙ୍ଗ ପିଲାମାନଙ୍କର ଯତ୍ନ, ସୁରକ୍ଷା ଓ ଥଇଥାନ ଉପରେ ସର୍ବଦା କାର୍ଯ୍ୟ କରୁଅଛି । ସାଧାରଣ ପିଲାମାନଙ୍କ ଭଳି ଦିବ୍ୟାଙ୍ଗ ପିଲାମାନଙ୍କର ମଧ୍ୟ ସବୁ କ୍ଷେତ୍ରରେ ପାରଦର୍ଶିତା ଅଛି। ଏହାକୁ ପ୍ରମାଣିତ କରିବାକୁ ଏହି ଅନୁଷ୍ଠାନ ଏକ ଆହ୍ଵାନ ଦେଇଛି। ରୁଜାଙ୍ଗି ବିଦ୍ୟାଳୟର କିଛି ପିଲା ଓ ଅନୁଷ୍ଠାନରେ ପଞ୍ଜୀକୃତ ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ମିଳିତ ଭାବରେ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା ଏବଂ କୃତକାର୍ଯ୍ୟ ପିଲାଙ୍କୁ ପୁରସ୍କୃତ ମଧ୍ୟ କରଯାଇଥିଲା। ଏଥିରେ ଦିବ୍ୟାଙ୍ଗ ପିଲାମାନେ ମଧ୍ୟ ପୁରସ୍କୃତ ହୋଇଛନ୍ତି ଓ ନିଜକୁ ସବୁ କ୍ଷେତ୍ରରେ ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ପି.ପଦ୍ମା, ଜିଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ରୁଜାଙ୍ଗି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅନୁଷ୍ଠାନର ସମ୍ପାଦକ ରାମଚନ୍ଦ୍ର ଦାଶ, ସଂଯୋଜକ ପ୍ରମୋଦ କୁମାର ନାୟକ ଯୋଗଦେଇ ଉଭୟ ଶିଶୁ ଓ ଅଭିବାବକ ମାନଙ୍କୁ ଉତ୍ସାହିତ କରିଥିଲେ। ସର୍ବଶେଷରେ ଅତିଥି ମାନଙ୍କ ଦ୍ଵାରା ଦିବ୍ୟାଙ୍ଗ ପିଲାମାନଙ୍କୁ ଶୀତବସ୍ତ୍ର ଓ ସ୍କୁଲବ୍ୟାଗ ବଣ୍ଟନ କରଯାଇଥିଲା। ଅନୁଷ୍ଠାନର ଭିନ୍ନକ୍ଷମ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା କର୍ମୀମାନେ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande