ଜିଲ୍ଲା ପରିଷଦର ୫୭ ତମ ବୈଠକ ଅନୁଷ୍ଠିତ
ଜୟପୁର, 14 ନଭେମ୍ବର (ହି.ସ.)କୋରାପୁଟ ସଦଭାବନା ସଭାଗୃହ ଠାରେ କୋରାପୁଟ ଜିଲ୍ଲା ପରିଷଦର ୫୭ ତମ ବୈଠକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ
ଜିଲ୍ଲା ପରିଷଦର ୫୭ ତମ ବୈଠକ ଅନୁଷ୍ଠିତ


ଜୟପୁର, 14 ନଭେମ୍ବର (ହି.ସ.)କୋରାପୁଟ ସଦଭାବନା ସଭାଗୃହ ଠାରେ କୋରାପୁଟ ଜିଲ୍ଲା ପରିଷଦର ୫୭ ତମ ବୈଠକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ ବିଧାୟକ ରୂପୂ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଯୋଜନା ଓ ପର୍ଯ୍ୟବେକ୍ଷଣ,ଗ୍ରାମୀଣ ଉନ୍ନୟନ,ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବିଦ୍ୟୁତ,କଫି ଓ ମଙ୍ଗଳ ବିଭାଗର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରାଯାଇଥିଲା । କୋରାପୁଟ ଜିଲ୍ଲାରେ ଆରକୁ ମୋଡେଲରେ କଫି ଚାଷ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି।କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ବିଗତ ୫ ବର୍ଷରେ ବିଧାୟକ ପାଣ୍ଠି ରୁ ୮୫ କୋଟି ଟଙ୍କା ଅନୁଦାନ ଗ୍ରହଣ କରିଥିବା ବେଳେ ୫୮ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ବୈଠକରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ୧୦୩.୮୭ କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ୧୦୨ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କେବିକେ ଯୋଜନାରେ ବିଗତ ୪ ବର୍ଷରେ ୭୭ କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ୭୬ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।୨୦୨୫/୨୬ ଆର୍ଥିକ ବର୍ଷର ଅନୁଦାନ ଆସିନାହିଁ। କ୍ରିଟିକାଲ ଗ୍ୟାପ ଫଣ୍ଡ ରୁ ବିଗତ ୪ ବର୍ଷରେ ୮ କୋଟି ୨୮ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ୩କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।୨୦୨୫/୨୬ ଆର୍ଥିକ ବର୍ଷ ଅନୁଦାନ ଆସି ନାହିଁ।କୋରାପୁଟ ସାଂସଦଙ୍କ ପାଣ୍ଠିରୁ ୯ କୋଟି ୯୯ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି । ନବରଙ୍ଗପୁର ସାଂସଦଙ୍କ ପାଣ୍ଠିରୁ ୧ କୋଟି ୬୬ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଇଛି ବୋଲି ସେ କହିଛନ୍ତି।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ଉପ ସଭାପତି ରାଧା ବିନୋଦ ସାମନ୍ତରାୟଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ,ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande