
ଭବାନୀପାଟଣା 14ନଭେମ୍ବର (ହିସ)
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା- ୨୦୨୫ । କାର୍ଯ୍ୟକ୍ରମରେ ଏନଏସି ସଭାପତି ଜୁନାଗଡ ହିମନ୍ଦ୍ରି ନାଏକ , ବ୍ଲକ ସଭାପତି ଜୁନାଗଡ ଶ୍ରୀମତୀ ସବିତା ମେହେର, ବ୍ଲକ୍ ଉନ୍ନୟନ ଅଧିକାରୀ ଦେବାଶିଷ କର, ଉପ ବ୍ଲକ ସଭାପତି ପ୍ରଶାନ୍ତ ପଟଜୋଷୀ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ କଳାହାଣ୍ଡି ଜୋନ ଅରୁଣ କୁମାର ସାହୁ , ଉପ - ଖଣ୍ଡୀୟ ପଶୁ ଚିକିତ୍ସା ଅଧିକାରୀ ଡକ୍ଟର ମଧୁସୂଦନ ଦାସ , ଜିଲ୍ଲା ପରିଷଦ ସଦସ୍ୟ ଲାଲବହାଦୂର୍ ଜାନି, ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ତଥା ଅନ୍ୟ ଅତିଥିବୃନ୍ଦ ଯୋଗଦେଇଥଇଲେ । ଏହି ଅବସରରେ ଆଗ୍ରହୀ ମତ୍ସ୍ୟଚାଷୀ, ପ୍ରାଣିପାଳକ ଓ ଅନ୍ୟ ଚାଷୀମାନେ ମେଳା ବୁଲି ଷ୍ଟଲ ପରିଦର୍ଶନ କରିଥିଲେ. ମେଳା ରେ ୮ ଜଣ ସଫଳ ଚାଷୀଙ୍କୁ ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶପତ୍ର ବଣ୍ଟନ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ