କେସିସି ବ୍ୟାଙ୍କ ପକ୍ଷରୁ ସମବାୟ ସପ୍ତାହ ପାଳିତ
ଜୟପୁର, 14 ନଭେମ୍ବର (ହି.ସ.)କୋରାପୁଟ୍‌ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏହି ସମବାୟ ସପ୍ତାହ ନଭେମ୍ବର ମାସର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଚଳିତ ବର୍ଷ ସମବାୟ ସପ୍ତାହର ମୁଖ୍ୟ ଉଦ୍ଧେଶ୍ୟ ହେଲା ଆତ୍ମ ନିର୍ଭର ଭାରତ
କେସିସି ବ୍ୟାଙ୍କ ପକ୍ଷରୁ ସମବାୟ ସପ୍ତାହ ପାଳିତ


ଜୟପୁର, 14 ନଭେମ୍ବର (ହି.ସ.)କୋରାପୁଟ୍‌ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏହି ସମବାୟ ସପ୍ତାହ ନଭେମ୍ବର ମାସର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଚଳିତ ବର୍ଷ ସମବାୟ ସପ୍ତାହର ମୁଖ୍ୟ ଉଦ୍ଧେଶ୍ୟ ହେଲା ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ। ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ନିର୍ଦ୍ଧେଶକ ରମାକାନ୍ତ ରାଉଳ ସ˚ପାଦକ ଅତୁଲ୍ୟ କୁମାର ମଲ୍ଲିକ, ଏଜିଏମ ହରିଶଚନ୍ଦ୍ର ବାନାଗାଡି ଓ କେନ୍ଦ୍ର ସମବାୟ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସମବାୟ ଅନୁଷ୍ଠାନର ସଭ୍ୟ ପରିଚାଳନା ପରିଷଦ ସଦସ୍ୟ ଓ ସଦସ୍ୟା ଓ ସମବାୟବିତ ଏବ˚ ଏହି ଆନ୍ଦୋନ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ବିଶେଷ ତଥା ସମସ୍ତ ଜନସାଧାରଣଙ୍କୁ ୭୨ତମ ସମବାୟ ସପ୍ତାହ ପାଳନ ଅବସରରେ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ। ବିକଶିତ ଓଡିଶା ଗଠନର ସ୍ବପ୍ନକୁ ସାକାର କରିବାରେ ସମବାୟ ଅନୁଷ୍ଠାନ କ୍ରାନ୍ତିକାରୀ ଭୁମିକା ଗ୍ରହଣ କରିବ ବୋଲି ଉପସ୍ଥାପନ କରିଥିଲେ। ଏହି ପରିପେକ୍ଷିରେ ରମାକାନ୍ତ ରାଉଳ ସମବାୟ ପତାକା ଉତ୍ତୋଳନ କରିଥିଲେ। ଶେଷରେ ଅତୁଲ୍ୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande