

ସମ୍ବଲପୁର, ୧୪ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଙ୍କ ସଭାପତିତ୍ବରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁ ଙ୍କ ଜୟନ୍ତୀ ଉତ୍ସବ ତଥା ଶିଶୁ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ସମାଜସେବୀ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଧୁନିକ ଭାରତ ଗଠନରେ ନେହେରୁଜି ଙ୍କ ଭୂମିକା ,ସ୍ଵାଧୀନତା ସଂଗ୍ରାମ ଓ ତାଙ୍କ ରଚିତ ଦିସ୍କୋକଭରି ଅଫ ଇଣ୍ଡିଆ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକଲ ଅଭିଯାନ ର ହରିଶ ଚନ୍ଦ୍ର ଜୟପୁରିଆ , ବଲମତି ଦେହୁରୀ ନର୍ସିଂ କଲେଜ ର ଅଧ୍ୟାପିକା ସଲିମ ପଟେଲ, ତନୁଶ୍ରୀ ଶେଠ୍, ବକ୍ତବ୍ୟ ପ୍ରଦାନ କରିଥିଲେ ଏହାପରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ଶେଷରେ ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ