ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ନିମ୍ନମାନର ଛତୁଆ ଯୋଗାଣ ନେଇ ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଛତୁଆ ବଦଳରେ କମ୍ ପରିମାଣର ଛତୁଆ ରହିଛି। ଏଥି ସହିତ ଏହା ଖାଦ୍ୟ ଉପ‌ଯୋଗୀ ନୁହେଁ। ଏଥିରୁ ଦୁର୍ଗନ୍ଧ ବାହାରୁଥିବା ଜଣେ ମହିଳା ଓ୍ବାର୍ଡ ମେମ୍ବର ଅଭିଯୋ
ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ


କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ନିମ୍ନମାନର ଛତୁଆ ଯୋଗାଣ ନେଇ ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଛତୁଆ ବଦଳରେ କମ୍ ପରିମାଣର ଛତୁଆ ରହିଛି। ଏଥି ସହିତ ଏହା ଖାଦ୍ୟ ଉପ‌ଯୋଗୀ ନୁହେଁ। ଏଥିରୁ ଦୁର୍ଗନ୍ଧ ବାହାରୁଥିବା ଜଣେ ମହିଳା ଓ୍ବାର୍ଡ ମେମ୍ବର ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ସରୁଆଳି ଗ୍ରାମର ଶ୍ରଦ୍ଧାଞ୍ଜଳି ଏସଏଚଜି

ନାମକ ଏକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରୁଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ବଣ୍ଟନ କରି ଆସୁଛନ୍ତି। ତେବେ ଛତୁଆ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି। ଗୋଟିଏ ପ୍ୟାକେଟ ଛତୁଆର ଓଜନ ୨ କିଗ୍ରା ୨୦୫ ଗ୍ରାମ ରହିବା ପରିବର୍ତ୍ତେ କମ୍ ରହୁଛି। ଏଥିରେ ଗହମ ୧ କିଗ୍ରା ୫୩୧.୨୫ ଗ୍ରାମ, ବୁଟ ୩୦୬.୨୫ ଗ୍ରାମ, ଚିନାବାଦାମ ୨୨୯.୬୯ ଗ୍ରାମ ଓ ଚିନି ୩୮୨.୮୧ ଗ୍ରାମ ରହିବା ଉଚିତ। କିନ୍ତୁ ଏଥିରେ ଆବଶ୍ୟକ ମୁତାବକ ପରିମାଣର ସାମଗ୍ରୀ ପରିବର୍ତ୍ତେ କେବଳ ନିମ୍ନମାନର ଗହମରେ ପ୍ରସ୍ତୁତ କରାଯାଉଛି। ଯେଉଁ ଜରି ପ୍ୟାକେଟରେ ଭର୍ତ୍ତି କରାଯାଉଛି ତାହା ମଧ୍ୟ ଖାଦ୍ୟ ସାମଗ୍ରୀ ଉପଯୋଗୀ ନୁହେଁ। ପ୍ୟାକେଟ ଉପରେ ଦର୍ଶାଯାଇଥିବା ମୋବାଇଲ ଫୋନ୍ ନମ୍ବର ୯୧୭୮୨୨୨୭୬୧ ଟି ଧନୁର୍ଜୟପୁର ଗ୍ରାମର ପ୍ରଶାନ୍ତ ମୁଣ୍ଡା ବୋଲି ଅନ୍ୟ ଜଣେ ଉପଭୋକ୍ତାଙ୍କର

ଅଟେ। ନିମ୍ନମାନର ଛତୁଆ ଯୋଗାଣ ନେଇ ଜଗମୋହନପୁର ପଞ୍ଚାୟତର ୫ ନମ୍ବର ଓ୍ବାର୍ଡ ମେମ୍ବର ମାଣିକ ପାତ୍ର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।

ଏନେଇ ସିଡ଼ିପିଓ ସୀମା ଦାସଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande