ଶିକ୍ଷାର୍ଥୀଙ୍କ ଦ୍ବାରା ମକ ଆସେଁବ୍ଲି କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୧୪ ନଭେମ୍ବର (ହି.ସ.)- ସରକାରୀ ପୌର ବାଳିକା ଉଚ୍ଚବିଦ୍ୟାଳୟରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷାର୍ଥୀଙ୍କ ଦ୍ବାରା ମକ ଆସେଁବ୍ଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକମରେ ବିକ୍ରମଦେବ ବିଶ୍ବ ବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡ
ଶିକ୍ଷାର୍ଥୀଙ୍କ ଦ୍ବାରା ମକ ଆସେବ୍ଲି କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୧୪ ନଭେମ୍ବର (ହି.ସ.)- ସରକାରୀ ପୌର ବାଳିକା ଉଚ୍ଚବିଦ୍ୟାଳୟରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷାର୍ଥୀଙ୍କ ଦ୍ବାରା ମକ ଆସେଁବ୍ଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକମରେ ବିକ୍ରମଦେବ ବିଶ୍ବ ବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡ. ମନୋରଞ୍ଜନ ପ୍ରଧାନ, ପର୍ଯ୍ୟବେକ୍ଷକ ଲୋକେଶ ପ୍ରଧାନ, ପ୍ରଧ୍ୟାପିକା କସୁରୀ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶନୀ ପରିଡା, ମଧୁରିକା ମହାପାତ୍ର, ସବିତା ମହାନ୍ତି, ବନ୍ଦିତା ମହାପାତ୍ର, ଏମ. ଶ୍ରୀଦେବୀ, ଗୀତାଞ୍ଜଳୀ ସାଗର, ଉପାସନା ପାତ୍ର ସହଯୋଗ କରିଥିଲେ। ଶ୍ରୀ ପ୍ରଧାନ ନାରୀର ଭୂମିକା, ସ୍କୁଲର ଦଣ୍ତ ବିଧାନ ଉପରେ ଆଲୋଚନା କରିଥିଲେ। ଶିକ୍ଷାର୍ଥୀଙ୍କ ମଧ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ଏବ˚ ସ˚ସଦୀୟ କାର୍ଯ୍ୟଧାରା ବିଷୟରେ ଅବଗତ କରାଇବା ପାଇଁ ଏକ ଶିକ୍ଷାଗତ ପ୍ରୟାସ କରାଯାଇଥିଲା।

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ସହ ସା˚ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଗୁରୁଛାତ୍ରୀ ଲୋପିତା ମୁଦ୍ରିକା ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande