ଖଣି ପ୍ରଭାବିତ କେନ୍ଦୁଝରଗଡ ପୁରୁଣା ସହର ଅଞ୍ଚଳବାସୀଙ୍କ ତରଫରୁ ସାମ୍ବାଦିକ ସମିଳନୀ
କେନ୍ଦୁଝର, 14 ନଭେମ୍ବର (ହି.ସ.) କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧-ନମ୍ବର, ୨-ନମ୍ବର ଏବଂ ୩-ନମ୍ବର ୱାର୍ଡ ୱା ଅଞ୍ଚଳବାସୀଙ୍କ ତରଫରୁ ଖଣି ପ୍ରଭାବିତ କୋର କମିଟି ଦ୍ବାରା ଆଜି ଏକ ସାମ୍ବାଦିକ ସମିଳନୀ ପୁରୁଣା ସହରରେ ଥୂବା ବୁଲେଟ କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଦସ୍ୟ ସତ୍ୟଜିତ
ଖଣି ପ୍ରଭାବିତ କେନ୍ଦୁଝରଗଡ ପୁରୁଣା ସହର ଅଞ୍ଚଳବାସୀଙ୍କ ତରଫରୁ ସାମ୍ବାଦିକ ସମିଳନୀ


କେନ୍ଦୁଝର, 14 ନଭେମ୍ବର (ହି.ସ.)

କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧-ନମ୍ବର, ୨-ନମ୍ବର ଏବଂ ୩-ନମ୍ବର ୱାର୍ଡ ୱା ଅଞ୍ଚଳବାସୀଙ୍କ ତରଫରୁ ଖଣି ପ୍ରଭାବିତ କୋର କମିଟି ଦ୍ବାରା ଆଜି ଏକ ସାମ୍ବାଦିକ ସମିଳନୀ ପୁରୁଣା ସହରରେ ଥୂବା ବୁଲେଟ କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଦସ୍ୟ ସତ୍ୟଜିତ ମିଶ୍ର ପ୍ରାରମ୍ଭିକ ସୂଚନା ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ନବକିଶୋର ସାହୁ ଏ ଅଞ୍ଚଳ କିପରି ଖଣି ଦ୍ବାରା କିପରି ବିଭିନ୍ନ ଅସୁବିଧାର ସୁବିଧାର ଶିକାର ହେଉଛନ୍ତି ଯଥା ରାସ୍ତାଘାଟ ସ୍ବାସ୍ଥ୍ୟ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ କିପରି ଅବହେଳାର ଶିକାର ହେଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଗନ୍ଧମାର୍ଦ୍ଦନ ଲୋଡ଼ି କୋପେରେଟିଭ ସୋସାଇଟି ଖଣି ପ୍ରଭାବିତ ଅଞ୍ଚଳବାସିଙ୍କ ଦ୍ବାରା ପରିଚାଳିତ ହେବାସ୍ଥଳେ କିପରି ଅଣକେନ୍ଦୁଝରିଆ ଓ ବାହାର ଜିଲ୍ଲାରୁ ଆସିଥିବା ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଦ୍ବାରା କିପରି ପରିଚାଳିତ ହେଉଛି ତାହା ଉପରେ ପ୍ରଶ୍ନବାଚି ରଖୁଥିଲେ। ସଦସ୍ୟ ଅନ୍ତର୍ଯ୍ୟାମୀ ପତି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନ୍ୟାର୍ଯ୍ୟ ଦାବି ବିଶେଷକରି ଲୋଡିଂ ଏଜେନ୍ସିରେ ଅଞ୍ଚଳବାସୀଙ୍କ ଭାଗିଦାରୀତା ଏବଂ ଆର୍ଥକ ସୁବିଧା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନ ସମୟରେ ଦେଇଥୂବା ବା ପ୍ରତିଶୃତି ବିଷୟରେ ଆଲୋକପାତ କରିଥିଲେ । ଏହି ସାମ୍ବାଦିକ ସମିଳନୀରେ କୋର କମିଟି ର ସଦସ୍ୟ ସତ୍ୟବ୍ରତ ପାଢ଼ୀ, ବିଶ୍ବଜିତ ପଟ୍ଟନାୟକ, ଆଦିତ୍ୟ ପ୍ରକାଶ ବେଜ, ଆଇନଜୀବି ଅମର ପଟ୍ଟନାୟକ, ସୁରେନ୍ଦ୍ର କୁମାର ଦାସ, ପୁପୁନ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ନାଏକ, ରଞ୍ଜିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସବୁବେଳେ ସବୁକ୍ଷେତ୍ରରେ କେନ୍ଦୁଝରଗଡ ପୁରଣା ସହର ପ୍ରତି ପ୍ରତି ବୈମାତୃକ ମନଭାବନା ରଖ୍ ସରକାର ତଥା ପ୍ରଶାସନ ତରଫରୁ ଅବହେଳା ପ୍ରଦର୍ଶନ କରାଯାଉଛି। କେନ୍ଦୁଝର ଜିଲ୍ଲାର ପୁରୁଣା ସହରକୁ ଗୋଟିଏ ବିଚ୍ଛିନ୍ନାଞ୍ଚଳ ପରି ବ୍ୟବହାର ପ୍ରଦର୍ଶନ କରାଯାଉଛି। ଆଗାମୀ ଦିନରେ ପୁରୁଣା ସହର ବାସୀମାନେ ନିଜର ହକ୍ ଏବଂ ଅଧୂକାର ପାଇବା ପାଇଁ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବା ପାଇଁ ମତବ୍ୟକୁ କରିଥିଲେ। ଏହି ସାନ ସାମ୍ବାଦିକ ସମ୍ମିଳନୀରେ ବହୁ ଗଣମାଧ୍ୟମର ପ୍ରତିନିଧୂ ଉପସ୍ଥିତ ଥିଲେ। ପରିଶେଷରେ କୋର କମିଟି ସଦସ୍ୟ ଆଦିତ୍ୟ ପ୍ରକାଶ ବେଜ ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande