ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଦୂରବସ୍ଥା
Bhubaneswar, 14 ନଭେମ୍ବର (ହି.ସ.) ରାଜ୍ୟର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି, ତେଣୁ ସରକାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକୁ ତୁରନ୍ତ ସମାଧାନ କରିବା ସହ ସମସ୍ତ ବିଦ୍ୟାଳୟରେ
ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଦୂରବସ୍ଥା


Bhubaneswar, 14 ନଭେମ୍ବର (ହି.ସ.)

ରାଜ୍ୟର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି, ତେଣୁ ସରକାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକୁ ତୁରନ୍ତ ସମାଧାନ କରିବା ସହ ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

ସୂଚନାଥାଉକି, ରାଜ୍ୟରେ ଅନୁଦାନଯୋଗ୍ୟ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବହି, ପୋଷାକ, ମଧ୍ୟାହ୍ନଭୋଜନ, ସାଇକେଲ ଆଦି କୌଣସି ସରକାରୀ ସୁବିଧା ପାଉ ନାହାଁନ୍ତି । ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ବିନା ପାରିଶ୍ରମିକରେ ଅଭାବ ଅନାଟନରେ ରହି ଶିକ୍ଷାଦାନ କରୁଛନ୍ତି । ୩୦ ବର୍ଷରୁ ଊଦ୍ଧ୍ୱର୍ କାଳ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ଟଙ୍କାଟିଏ ଅନୁଦାନ ପାଆନ୍ତି ନାହିଁ । ସେମାନଙ୍କ ମଧ୍ୟରୁ କେତେକ ମୃତୁ୍ୟବରଣ କରିଛନ୍ତି ଓ କେତେକ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି । ତେଣୁ ସରକାର ଏହି ବର୍ଗର ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରନ୍ତୁ । ସେହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ କିମ୍ବା ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନର କୌଣସି ବ୍ୟବସ୍ଥା ନାହିଁ । ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୫୬୦୦ରୁ ଊଦ୍ଧ୍ୱର୍ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଗଲେଣି । ଅବସର ନେବା ପରଦିନ ଠାରୁ ସେମାନେ ଟଙ୍କାଟିଏ ପାଆନ୍ତି ନାହିଁ । ଅବସର ପରେ କେଉଁଠି ନା କେଉଁଠି ଦିନମଜୁରିଆ ଭାବେ ବା ଚାହା ଦୋକାନ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଏହି ବର୍ଗର ବିଦ୍ୟାଳୟଗୁଡ଼ିକରୁ ଶିକ୍ଷକ ଅବସର ପରେ ନୂତନ ନିଯୁକ୍ତି କରାନଯିବା ଫଳରେ ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟ ହେବାକୁ ବସିଲାଣି । ଏହି ବିଦ୍ୟାଳୟରେ ଅଧ୍ୟୟନରତ ଓବିସି, ଏସ୍ଇବିସ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସ୍କଲାରସିପ୍ ପ୍ରଦାନ କରାଯାଏ ନାହିଁ । ସବୁଛାତ୍ରଛାତ୍ରୀ ମାନେ ମଧ୍ୟ ପୁସ୍ତକ ପାଆନ୍ତି ନାହିଁ । ପୂର୍ଣ୍ଣଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକମାନଙ୍କୁ ଉଚ୍ଚହାରରେ ଦରମା ପ୍ରଦାନ କରାଯାଉ ନାହିଁ । ସେହିପରି ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୨୪୦୦ ରୁ ଊଦ୍ଧ୍ୱର୍ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାଁନ୍ତି । ତୁରନ୍ତ ଏହି ବିଦ୍ୟାଳୟଗୁଡ଼ିକରେ ପ୍ରଧାନଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରାଯିବାପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ ହୋଇ ନାହିଁ ।

ଅସମାହିତ ସମସ୍ୟା ମଧ୍ୟରେ ଅଛି ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରୁ ଅବସର ନେଇଥିବା ଏବଂ ଅବସର ନେବାକୁ ଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନିକ୍ରିମେଣ୍ଟ ପ୍ରଦାନ ଓ ନୂତନ ପେନସନ୍ ସ୍କିମ୍ (ଏନ୍.ପି.ଏସ୍) ପରିବର୍ତ୍ତେ ପୂରାତନ ପେନସନ୍ ସ୍କିମ୍ (ଓ.ପି.ଏସ୍)ର ପୁନଃ ପ୍ରଚଳନ କରିବା, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ, ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୪୬, ୬୩ ବିଦ୍ୟାଳୟମାନଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିଦେ୍ର୍ଦଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ସ୍କେଲ ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍ର ପୁନଃ ପ୍ରଚଳନ କରିବା, ଶୂନ୍ୟପଡ଼ିଥିବା ଶିକ୍ଷକ ଓ ପ୍ରଧାନ ଶିକ୍ଷକ ପଦବୀ ପୂରଣ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ ଇତ୍ୟାଦି ।

ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଏହିସବୁ ସମସ୍ୟାବଳୀଗୁଡ଼ିକର ସମାଧାନ ନିମନ୍ତେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପରୋକ୍ତ ସମସ୍ୟାଗୁଡ଼ିକୁ ସହୃଦୟତାର ସହ ବିଚାର କରି ତୁରନ୍ତ ସମାଧାନ କରିବା ପାଇଁ ଦୃଢ଼ ଦାବି କରିଛନ୍ତି । ଯଦି ଏହି ସବୁ ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନ ତରଫରୁ ସରକାରଙ୍କୁ ଦୃଢ଼ ଚେତାବନୀ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande